ଭୁବନେଶ୍ୱର: ରାଜଧାନୀର ୫ଟି ଡ୍ୟାନ୍ସ ବାରକୁ ଅବକାରୀ ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ। ନିୟମ ଉଲଙ୍ଘନ କରି ଟଙ୍କା ଉଡାଉଥିବା ନେଇ ପ୍ରମାଣ ପାଇବା ପରେ ଅବକାରୀ ବିଭାଗ ପକ୍ଷରୁ ରବିବାର କଟକ ରୋଡରେ ଥିବା ୫ଟି ଡ୍ୟାନ୍ସ ବାରକୁ କାରଣ ଦର୍ଶାଅ ନୋଟିସ ଜାରି କରିଛି।
କଟକ ରୋଡରେ ଥିବା ପେଣ୍ଟାଗନ, ଆଲିଶାନ, ମହାନ୍ତି ବାର, ଏକାମ୍ର ବାର, ଦିପାଳି ବାରକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ସେହିପରି ଚନ୍ଦ୍ରଶେଖରପୁର, ପଟିଆ, ମଞ୍ଚେଶ୍ୱର ଏବଂ ଇନଫୋସିଟି ସମେତ ବିଭିନ୍ନ ସ୍ଥାନରେ ଥିବା ୧୪ଟି ବାର ଏବଂ ନାଇଟ୍ କ୍ଲବ ଉପରେ କମିଶନର୍ ପୋଲିସ୍ ଚଢାଉ କରିବାର ଗୋଟିଏ ଦିନ ପରେ ଏହି ବାରଗୁଡିକ ନିୟମ ଉଲ୍ଲଂଘନ କରିଥିବା ଜଣାପଡିଛି। ପଟିଆ ଏବଂ ଚନ୍ଦ୍ରଶେଖରପୁର ଅଞ୍ଚଳର ଅଧିକାଂଶ ବାର ନିର୍ଦ୍ଧାରିତ ସମୟ ସୀମା ବାହାରେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଥିଲା।
ସୂତ୍ରରୁ ପ୍ରକାଶ, ସହରରେ ନାଇଟ୍ କ୍ଲବ୍ ଏବଂ ପବ୍ ଉପରେ ମଧ୍ୟ ଚଢାଉ କରିବାକୁ ବିଭାଗ ଯୋଜନା କରିଛି। ବାର ଏବଂ ନାଇଟ୍ କ୍ଲବ ଉପରେ ପୋଲିସ ଚଢ଼ାଉ ପରେ ଏବେ ନାଇଟ କ୍ଳବ୍, ପବ ଉପରେ ଜୋରଦାର ଚଢାଉ ହେବ। ଆଇନ୍ ଉଲଙ୍ଘନ କରୁଥିଲେ କାରଣ ଦର୍ଶାଅ ନୋଟିସ ଜାରି କରାଯିବ। ଆବଶ୍ୟକ ସ୍ଥଳେ ଲାଇସେନ୍ସ ରଦ୍ଦ ହେବ। ଆଗକୁ ମଧ୍ୟ ନିର୍ଦ୍ଧାରିତ ସମୟ ସୀମା ବାହାରେ କାର୍ଯ୍ୟ କରୁଥିଲେ କିମ୍ବା ରାତି ତମାମ ଚାଲୁଥିବା ବାର ଓ ପବରେ ଚଢ଼ାଉ ଜାରି ରହିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
Comments are closed.