Latest Odisha News

BREAKING NEWS

ସଞ୍ଜୟ କୁମାର ଦାସବର୍ମାଙ୍କ ନେତୃତ୍ୱରେ ଜନସମ୍ପର୍କ ପଦଯାତ୍ରା, ଏକ ସମୃଦ୍ଧ ଓ ପ୍ରଗତିଶୀଳ କୃଷ୍ଣପ୍ରସାଦ ଗଠନର ସଂକଳ୍ପ

ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ସଞ୍ଜୟ କୁମାର ଦାସବର୍ମାଙ୍କ ନେତୃତ୍ୱରେ ଆଜି ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ କୃଷ୍ଣପ୍ରସାଦ ବ୍ଲକ ୯ନଂ ଜୋନରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶିଆଳ ପଞ୍ଚାୟତ ମୋରଡ଼ା ଗ୍ରାମର ବାବା ବଟେସ୍ୱରଙ୍କ ମନ୍ଦିରଠାରୁ ଚାରି କିଲୋମିଟର ପଦଯାତ୍ରା ଆରମ୍ଭ ହୋଇ ସିଆଣ୍ଡି ପଞ୍ଚାୟତ ବାବା ଆଖଣ୍ଡଳେଶ୍ୱର ମନ୍ଦିରଠାରେ ପହଞ୍ଚି ଏକ ବିଶାଳ ସଭା ଅନୁଷ୍ଠିତ ହୋଇଛି।

ସଭା କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଛି। କୃଷ୍ଣପ୍ରସାଦ ବ୍ଲକ ସଭାପତି ଲକ୍ଷ୍ମୀଧର ସାହୁ ସଭାପତିତ୍ବରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ମହତ୍ୱକାଙ୍କି କାଳିଆ ଯୋଜନାରେ କୃଷ୍ଣପ୍ରସାଦ ଦ୍ବିପାଞ୍ଚଳରେ ଥିବା ଚାଷୀ ଭାଇମାନେ ବେସ୍ ଉପକୃତ ହୋଇପାରିଛନ୍ତି। ଏହା ସହିତ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ କୃଷ୍ଣପ୍ରସାଦ ବ୍ଲକ ଦ୍ବିପାଞ୍ଚଳରେ ସାଧାରଣ ଓ ଗରିବ ଲୋକ ବେସ ଉପକୃତ ହେଉଛନ୍ତି ବୋଲି ଶ୍ରୀ ସାହୁ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜନକଲ୍ୟାଣକାରୀ କାର୍ଯ୍ୟର ବାର୍ତ୍ତାକୁ ଲୋକଙ୍କ ନିକଟତର ହୋଇ ପହଞ୍ଚାଇବାକୁ ଜନପ୍ରତିନିଧି ଏବଂ ଦଳୀୟ କର୍ମୀଙ୍କୁ ଦାସବର୍ମା ପରାମର୍ଶ ଦେଇଛନ୍ତି।

କୃଷ୍ଣପ୍ରସାଦ ବ୍ଲକ ୯ନଂ ଜୋନରେ ତିତିପଠାରେ ୩୩ କେବି ଗ୍ରିଡ୍ ଇଲେକ୍ଟ୍ରିକ୍ ସବ୍ ଷ୍ଟେସନ, ମାଲୁଦଠାରେ ୩୩ କେବି ଗ୍ରିଡ୍ ଇଲେକ୍ଟ୍ରିକ୍ ସବ୍ ଷ୍ଟେସନ ସିଆଣ୍ଡି, ମାଲୁଦ, ତିତିପ, ଶିଆଳ, କୃଷ୍ଣପ୍ରସାଦ, ବଡ଼ଝାଡ଼, ବଜ୍ରକୋଟ, ବୁଦ୍ଧିବର, ରାମଲେଙ୍କା, ଗୋମଣ୍ଡିଆ, ବଡ଼ଅଁଳ ଓ ଅଲଣ୍ଡା ଦ୍ବିପାଞ୍ଚଳ ପଞ୍ଚାୟତରେ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇବା ପାଇଁ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ହୋଇଛି। ସେହିପରି ସିପିଆ ଗ୍ରାମଠାରୁ ଝାରକଟା, P.W.D ରାସ୍ତା ଠାରୁ ସାମନ୍ତରାପୁର ଓ ଚାରିଛକ ଠାରୁ ଗୋମଣ୍ଡିଆ ପଞ୍ଚାୟତ ପଥରକଟା ଗ୍ରାମ ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତିକରଣ ହୋଇଛି। ଏହି ୧୨ ଗୋଟି ପଞ୍ଚାୟତରେ 5-ଟି ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ପାଇଁ ବିଦ୍ୟାଳୟ ଗୁଡ଼ିକର ରୁପାନ୍ତିକରଣ, ମାଲୁଦଠାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ଅଗ୍ନିଶମ ବିଭାଗ, ସିଆଣ୍ଡି ପଞ୍ଚାୟତ ଗୋପାଳପୁରଠାରେ ଶିଳ୍ପ ତାଲିମ ପ୍ରତିଷ୍ଠାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ସମ୍ଭବ ହୋଇ ପାରିଛି ବୋଲି ଦାସବର୍ମା କହିଛନ୍ତି।

ଦ୍ବିପାଞ୍ଚଳ ତିତିପଠାରେ ନୂତନ ସ୍ଵାସ୍ଥ୍ୟ କେନ୍ଦ୍ର ପାଇଁ ୧ କୋଟି ଟଙ୍କା ଏବଂ ବଜ୍ରକୋଟ ପଞ୍ଚାୟତ କନ୍ଦାଖାଇ ଠାରେ ନୂତନ ସ୍ଵାସ୍ଥ୍ୟ କେନ୍ଦ୍ର ପାଇଁ ୧ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି ବୋଲି ଦାସବର୍ମା କହିଛନ୍ତି। ଗତ ୧୩ ତାରିଖ ଦିନ ମୁଖ୍ୟମନ୍ତ୍ରୀ ‘ଆମ ଓଡ଼ିଶା ଓ ନବୀନ ଓଡ଼ିଶା’ ଯୋଜନାରେ କୃଷ୍ଣପ୍ରସାଦ ବ୍ଲକ ପ୍ରତି ପଞ୍ଚାୟତରେ ୫୦ ଲକ୍ଷ ଲେଖାଏଁ ମଞ୍ଜୁର କରିଛନ୍ତି। ଏହି ଯୋଜନା କାର୍ଯ୍ୟକାରୀ ହେବା ଫଳରେ ଗ୍ରାମାଞ୍ଚଳ ଭିତିଭୂମିର ରୂପାନ୍ତରଣ ସହ ଆଧ୍ୟାତ୍ମିକ ମୂଲ୍ୟବୋଧର ଭିତ୍ତିକୁ ଆହୁରି ସୃଦୃଢ଼ କରିବ। ସେହିପରି ବିଜେଡିର ପ୍ରତିଟି କର୍ମୀ ଓ ନେତୃବୃନ୍ଦ ପଦଯାତ୍ରାରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀଙ୍କ ରୂପାନ୍ତରଣ କାର୍ଯ୍ୟ ବିଷୟରେ ଲୋକଙ୍କୁ ସଚେତନ କରିଛନ୍ତି। କୃଷ୍ଣପ୍ରସାଦ ବ୍ଲକ ତିନି ମୌଜା ସମ୍ପାଦକ ପ୍ରଶାନ୍ତ କୁମାର ପଲେଇ ସଭା ଶେଷରେ ଧନ୍ୟବାଦ ଜଣାଇ ସାଭା କାର୍ଯ୍ୟ ଶେଷ କରିଛନ୍ତି।

ଏହି କାର୍ଯ୍ୟକ୍ରମର କୃଷ୍ଣପ୍ରସାଦ ବ୍ଲକ ବିଜୁ ଜନତା ଦଳର ସଭାପତି ଲକ୍ଷ୍ମୀଧର ସାହୁ, ସାଂସଦଙ୍କ ପ୍ରତିନିଧି ରାଜକିଶୋର ବିଶ୍ୱାଳ, ପୁରୀ ଜିଲ୍ଲା ବିଜୁ ଜନତା ଦଳ ସାଧାରଣ ସମ୍ପାଦକ କାର୍ତ୍ତବିର୍ଯ୍ୟ ସ୍ଵାଇଁ, ପୁରୀ ସଦର ବ୍ଲକ ଜିଲ୍ଲା ପରିଷଦ ସଦସ୍ୟାଙ୍କ ପ୍ରତିନିଧି ନୁନୁ ମିଶ୍ରଙ୍କ ସମେତ ବିଜୁ ଜନତା ଦଳର ଦଳୀୟ କର୍ମି, ବରିଷ୍ଠ ନେତୃବୃନ୍ଦ, ବିଜୁ ଯୁବ, ଛାତ୍ର, ମହିଳା ଜନତା ଦଳର ନେତୃବୃନ୍ଦ ଓ ନବନିର୍ବାଚିତ ଜନପ୍ରତିନିଧି ଏବଂ ଜନସାଧାରଣମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ।

Comments are closed.