Latest Odisha News

BREAKING NEWS

ବିଶିଷ୍ଟ ସାହିତ୍ୟିକ ରମାକାନ୍ତ ରଥ ଗ୍ରହଣ କଲେ ‘ଅତିବଡ଼ି ଜଗନ୍ନାଥ ଦାସ’ ପୁରସ୍କାର

ଭୁବନେଶ୍ୱର : ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପଠାରେ ରାଜ୍ୟର ସର୍ବୋଚ୍ଚ ସାହିତ୍ୟ ପୁରସ୍କାର ‘ଅତିବଡ଼ି ଜଗନ୍ନାଥ ଦାସ’ ପୁରସ୍କାର ପ୍ରଦାନ କରାଯାଇଛି । ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଓଡ଼ିଶା ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗଦେଇ ସାହିତ୍ୟିକ ରମାକାନ୍ତ ରଥଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରିଛନ୍ତି । ଏହି ଉତ୍ସବରେ ମଧ୍ୟ ୧୫ ଜଣ ସାରସ୍ୱତ ସାଧକମାନଙ୍କୁ ସମ୍ମାନିତ କରାଯାଇଛି ।

ବିଶିଷ୍ଟ ସାରସ୍ୱତ ସାଧକ ରମାକାନ୍ତ ରଥଙ୍କ କେତେକ ଲୋକପ୍ରିୟ ପୁସ୍ତକ ଗୁଡ଼ିକ ହେଲା, ‘ଶ୍ରୀରାଧା’, ‘କେତେ ଦିନର’, ‘ସଚ୍ଚିତ୍ର ଅନ୍ଧାର’, ‘ଅନେକ କୋଠରୀ’, ‘ସପ୍ତମ ଋତୁ’, ‘ସନ୍ଦିଗ୍ଧ ମୃଗୟା’ ଓ ‘ଫେରି ଚାହିଁଲେ’ ।

ସାହିତ୍ୟିକ ରମାକାନ୍ତ ରଥ ତାଙ୍କର ଅନବଦ୍ୟ ସାହିତ୍ୟ କୃତି ଲାଗି ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର, କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର, ବିଷୁବ ସମ୍ମାନ ଗ୍ରହଣ କରିଛନ୍ତି ।

ଏହି ପୁରସ୍କାର ବିତରଣୀ ଉତ୍ସବରେ ଓଡ଼ିଶା ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଅତିବଡ଼ୀ ଜଗନ୍ନାଥ ଦାସଙ୍କ ବାସସ୍ଥାନ କପିଳେଶ୍ୱର ଶାସନ ଏବଂ ପୁରୀର ସାତଲହଡ଼ି ମଠର ଉନ୍ନତି ଲାଗି ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ୧କୋଟି ଟଙ୍କାର ଅନୁଦାନ ରାଶି ଘୋଷଣା କରିଛନ୍ତି ।

ଏହି ଅବସରରେ ରାଜ୍ୟର ୧୫ ଜଣ ବିଶିଷ୍ଟ ସାହିତ୍ୟିକ ମାନଙ୍କୁ ସେମାନଙ୍କର ଜୀବନବ୍ୟାପୀ ସାହିତ୍ୟ ସାଧନା ଲାଗି ସମ୍ବର୍ଦ୍ଧିତ କରାଯାଇଥିଲା । ସେହି ସାହିତ୍ୟିକମାନେ ହେଲେ – ବ୍ରଜ ମୋହନ ମିଶ୍ର, ଗିରି ଦଣ୍ଡସେନା, ମାନଗୋବିନ୍ଦ ମହାସୂପକାର, ସତ୍ୟନାରାୟଣ ରଥ, ଶ୍ରୀକୁମାର ଚକ୍ରବର୍ତ୍ତୀ, ସୀତାରାମ ବର୍ତ୍ତିଆ, ପ୍ରତିମା ମିଶ୍ର, ବଂଶୀଧର ସାହୁ, ବିଜୟ ଚନ୍ଦ୍ର ଜେନା, ଶଙ୍କର୍ଶଣ ମଙ୍ଗରାଜ, ଲକ୍ଷ୍ମୀଧର ନାୟକ, ଦୁର୍ଯ୍ୟୋଧନ ଦାସ, କୁଞ୍ଜବିହାରୀ ପାଢୀ, ପ୍ରପୁଲ୍ଲ କୁମାର ଦାସ ଏବଂ ସରୋଜିନୀ ଷଡ଼ଙ୍ଗୀ ।

Leave A Reply

Your email address will not be published.