Latest Odisha News

BREAKING NEWS

ନିର୍ବାଚନ ଲଢିବେନି ନରସିଂହ ମିଶ୍ର, ସାନପୁଅ ସମରେନ୍ଦ୍ର ହେବେ କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ୱର: ପାଖେଇ ଆସୁଛି ୨୦୨୪ ନିର୍ବାଚନ। ନିର୍ବାଚନକୁ ନେଇ ଏବେ ସମସ୍ତ ଦଳ ଉପଯୁକ୍ତ ପ୍ରାର୍ଥୀ ଖୋଜିବାରେ ଲାଗି ପଡିଛନ୍ତି। ଏହାରି ଭିତରେ ରାଜ୍ୟ ରାଜନୀତିର ଟାଣୁଆ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ୨୦୨୪ ନିର୍ବାଚନ ଲଢ଼ିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ବୟସ ଅଧିକ ହେଉଥିବାରୁ ସେ ଏପରି ନିଷ୍ପତ୍ତି ନେଇଥିବା ପ୍ରକାଶ କରିଛନ୍ତି। ତେବେ ତାଙ୍କ ସ୍ଥାନରେ ତାଙ୍କ ସାନ ପୁଅ ସମରେନ୍ଦ୍ର ମିଶ୍ର କଂଗ୍ରେସରୁ ଲଢ଼ିବା ଆପାତଃତ ସ୍ଥିର ହୋଇଛି କିନ୍ତୁ ଫାଇନାଲ ନୁହେଁ। ଫାଇନାଲ ନିଷ୍ପତ୍ତି ଦଳ ନେବ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ମୋତେ ୮୩ ବର୍ଷ ବୟସ ହେଲାଣି, ଆଉ ନିର୍ବାଚନ ଲଢିବି ନାହିଁ । ତେବେ ମାନସିକ ସ୍ତରରେ ସେ ଏପରି ନିଷ୍ପତ୍ତି ନେଇଥିବା ବେଳେ ଶେଷ ନିଷ୍ପତ୍ତି ଦଳ ଉପରେ ନ୍ୟସ୍ତ କରିଛନ୍ତି। ତେବେ ସେ ଜିଲ୍ଲାର ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର ସମେତ ନିର୍ବାଚନ କାର୍ଯ୍ୟକଳାପରେ କଂଗ୍ରେସକୁ ସକ୍ରିୟ ସମର୍ଥନ କରିବେ ବୋଲି ସେ କହିଛନ୍ତି।

ଶନିବାର ଦିନ କଟକରେ ଏକ କାର୍ଯ୍ୟକ୍ରମରେ ଗଣମାଧ୍ୟମକୁ ସୂଚନା ଦେଇ ସମରେନ୍ଦ୍ର କହିଛନ୍ତି ଯେ ସେ ବଲାଙ୍ଗୀର ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆଗ୍ରହୀ। ସୂଚନାଯୋଗ୍ୟ, ସମରେନ୍ଦ୍ର ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହୋଇଥିଲେ। ସମ୍ପ୍ରତି ସମରେନ୍ଦ୍ର ଏଆଇସିସି ସଦସ୍ୟ ମଧ୍ୟ ଅଛନ୍ତି। ଯଦି ସମରେନ୍ଦ୍ର ପ୍ରାର୍ଥି ହୁଅନ୍ତି, ତେବେ ସେ ବଲାଙ୍ଗୀରରୁ କଂଗ୍ରେସରୁ ହିଁ ଲଢିବେ ବୋଲି କହିଛନ୍ତି ନରସିଂହ । ଅନ୍ୟ କୌଣସି ଦଳରୁ ଲଢିବା ନେଇ ପ୍ରଶ୍ନ ଉଠୁନି ବୋଲି ନରସିଂହ ମିଶ୍ର ପ୍ରକାଶ କରିଛନ୍ତି ।

Comments are closed.