ନୂଆଦିଲ୍ଲୀ: ଟିଏମସି ସାଂସଦ ମହୁଆ ମୈତ୍ର ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଲାଞ୍ଚ ଆକାରରେ ନଗଦ ଟଙ୍କା ଓ ଉପହାର ନେଇଥିବା ଅଭିଯୋଗ ହୋଇଛି। ବିଜେପି ସାଂସଦ ନିଶିକାନ୍ତ ଦୁବେ ଏହି ଅଭିଯୋଗ ଆଣିଛନ୍ତି। ସେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖି ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରିବାକୁ କହିଛନ୍ତି।
ଦୁବେ ଓକିଲ ଜୟ ଅନନ୍ତ ଦେହାଦରାଇଙ୍କ ଏକ ଚିଠିକୁ ଉଦ୍ଧୃତ କରିଛନ୍ତି, ଯେଉଁଠାରେ ସେ ଦାବି କରିଛନ୍ତି ଯେ ସଂସଦରେ ପ୍ରଶ୍ନ ପଚାରିବା ପାଇଁ ମୈତ୍ର ଏବଂ ଜଣେ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନିଙ୍କ ମଧ୍ୟରେ “ଲାଞ୍ଚ” ନେବାର ପ୍ରମାଣ ରହିଛି। ତଦନ୍ତ କମିଟି ରିପୋର୍ଟ ନଦେବା ଯାଏ ମହୁଆଙ୍କୁ ଗୃହରୁ ନିଲମ୍ବିତ କରାଯାଉ ବୋଲି ଦୁବେ ଅନୁରୋଧ କରିଛନ୍ତି।
ମହୁଆ ଏହି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ ଆଦାନୀ ଗ୍ରୁପ୍ ବିରୋଧରେ ଅଭିଯୋଗ ଆଣିବାରୁ ତାଙ୍କୁ ଟାର୍ଗେଟ କରାଯାଇଛି ବୋଲି କହିଛନ୍ତି।
ବିଜେପି ସାଂସଦ ଦାବି କରିଛନ୍ତି ଯେ ନିକଟରେ ମହୁଆଙ୍କୁ ପଚରାଯାଇଥିବା ୬୧ଟି ପ୍ରଶ୍ନ ମଧ୍ୟରୁ ୫୧ଟି ହିରାନନ୍ଦନୀ ଓ ତାଙ୍କ କମ୍ପାନୀର ବ୍ୟବସାୟିକ ସ୍ୱାର୍ଥ ରକ୍ଷା ପାଇଁ ଥିଲା।
ମହୁଆଙ୍କ ବିରୋଧରେ ଆସିଥିବା ଅଭିଯୋଗ ଗୁରୁତର ଏବଂ ଏହା ସତ୍ୟ ପ୍ରମାଣିତ ହେଲେ ସେ ସଂସଦରୁ ଅଯୋଗ୍ୟ ଘୋଷିତ ହୋଇପାରନ୍ତି। ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ସେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏବଂ ଏଯାବତ୍ କୌଣସି ତଦନ୍ତ ହୋଇନାହିଁ।
Comments are closed.