Latest Odisha News

ଲୋକ ନୃତ୍ୟ ଓ ସଙ୍ଗୀତର କାର୍ଯ୍ୟକ୍ରମ ‘ବିହାଇଣ୍ଡ ଦ ଉଡ଼’ ଆୟୋଜିତ

ଭୁବନେଶ୍ୱର : ଲୁପ୍ତ ହୋଇଯାଉଥିବା ଲୋକ କଳା, ସଙ୍ଗୀତ ତଥା ନୃତ୍ୟ ଶୈଳୀକୁ ଉଜ୍ଜୀବିତ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ସମୃଦ୍ଧି ଓ ବିକାଶ ପାଇଁ ସମ୍ମିଳିତ ପ୍ରୟାସ କରିବା ଦିଗରେ ଓଡ଼ିଶା ରାଜ୍ୟ ସରକାରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ କଳିଙ୍ଗ କଳା କେନ୍ଦ୍ର ଟ୍ରଷ୍ଟ, ପୁନେର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଆନା ଭାଇ ସାଠେ ରଙ୍ଗ ମନ୍ଦିର ୟେରାଓ୍ବାଡା ପରିସରରେ ‘ବିହାଇଣ୍ଡ ଦ ଉଡ଼’ କାର୍ଯ୍ୟକ୍ରମ ସଙ୍ଗଠିତ ହୋଇଥିଲା।ଏହି ସମାରୋହରେ ଗୁରୁପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଏବଂ ଚଞ୍ଚଳା ପାଟିଲ ଅନ୍ୟତମ ଅତିଥି ଭାବରେ ଯୋଗ ଦେଇଥିଲେ।

ଏହି ଅବସରରେ ସଙ୍ଗୀତ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ କଣ୍ଠଶିଳ୍ପୀ ଅନିନ୍ଦିତା ଦାସଙ୍କୁ ସଙ୍ଗୀତଶ୍ରୀ ଏବଂ ଓଡ଼ିଶୀ ନୃତ୍ୟରେ ପାରଦର୍ଶିତା ପାଇଁ ଅର୍ଚ୍ଚନା ବସୁଙ୍କୁ ରୀତା ଦେବୀ ସମ୍ମାନ ପ୍ରଦାନ କରାଯାଇଥିଲା।

ଟ୍ରଷ୍ଟର ଅଧକ୍ଷା ମମତା ମିଶ୍ରଙ୍କ ପରିକଳ୍ପନାରେ ଏବଂ ଲୋକନାଥ ଷଡଙ୍ଗୀ, ସଙ୍ଗୀତା ମିଶ୍ର ସନ୍ଦୀପ ରାଣା, ପୌଲମି ଚାଟାର୍ଜୀ ଏବଂ ନିକ୍ସିତା ଷଡଙ୍ଗୀ ପ୍ରମୁଖ ସହଯୋଗରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଏହି ଉତ୍ସବରେ ମହାରାଷ୍ଟ୍ରର ଭିଟାଲା, ମଙ୍ଗଳା ଗୌରୀ, କୋଳି ନୃତ୍ୟ, ପଶ୍ଚିମବଙ୍ଗ ଭତିଆଲା, ଗୋମ୍ବିରା ଭାଓଲ୍ୟ, ଝୁମୁର ଓ ବାଉଲ ଗୀତ, ଅର୍ଚ୍ଚନା ବସୁଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ, ପଲ୍ଲବୀ ଚାଟାର୍ଜୀଙ୍କ ଗୌଡ଼ୀୟ ନୃତ୍ୟ, ଅନ୍ବେଷା ସିଂଙ୍କ ଉଦୟ ଶଙ୍କରୀୟ ନାଟକ ଓ ସାୟାନା ନନ୍ଦଙ୍କ କଥକ ନୃତ୍ୟ ପରିବେଷିତ ହୋଇଥିଲା। ଏହା ସହ ଅନିନ୍ଦିତା ଦାସଙ୍କ ଓଡ଼ିଆ ଲୋକ ସଙ୍ଗୀତ, ମୟୂରଭଞ୍ଜ ଜିଲ୍ଲାର ଛଉ ନୃତ୍ୟ ତଥା ଗଞ୍ଜାମ ଜିଲ୍ଲାର ବାଘ ନୃତ୍ୟ ଆଦି ପରିବେଷିତ ହୋଇଥିଲା।

Comments are closed.