Latest Odisha News

BREAKING NEWS

ରାଘବ ଚାଢାଙ୍କୁ ଆଶ୍ୱସ୍ତି, ସାଂସଦଙ୍କୁ ଖାଲି କରିବାକୁ ପଡିବନି ସରକାରୀ ବଙ୍ଗଳା

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍) ରାଜ୍ୟସଭା ସାଂସଦ ରାଘବ ଚାଢାଙ୍କୁ ଆଶ୍ୱସ୍ତି। ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟରୁ ରାଘବ ଚାଢାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଅଦାଲତ କହିଛନ୍ତି ଯେ ରାଘବ ଚଢାଙ୍କୁ ବର୍ତ୍ତମାନର ଟାଇପ୍ ଟାଇପ -୭ ସରକାରୀ ବଙ୍ଗଳା ଖାଲି କରିବାକୁ ପଡିବ ନାହିଁ।

ରାଜ୍ୟସଭା ସଚିବଙ୍କ ପ୍ରକ୍ରିୟାରେ ମଧ୍ୟବର୍ତ୍ତୀକାଳୀନ ରହଣି ପ୍ରତ୍ୟାହାର କରିବାକୁ ହାଇକୋର୍ଟ ନିମ୍ନ ଅଦାଲତର ନିଷ୍ପତ୍ତିକୁ ବାତିଲ କରିଛନ୍ତି। ଏହି ମାମଲାର ଶୁଣାଣି କରୁଥିବା ଜଷ୍ଟିସ ଅନୁପ ଜେ ଭମ୍ବନୀ କହିଛନ୍ତି, ରାଜ୍ୟସଭା ସଚିବାଳୟ ବିରୋଧରେ ନିମ୍ନ ଅଦାଲତ ଦେଇଥିବା ଆଦେଶ ଅକ୍ଷୁର୍ଣ୍ଣ ରହିବ। ଯେପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ରିଲିଫ୍ ପାଇଁ ତାଙ୍କ ଆବେଦନ ଉପରେ ଟ୍ରାଏଲ୍ କୋର୍ଟ ନିଷ୍ପତ୍ତି ନନେବେ ସେ ପର୍ଯ୍ୟନ୍ତ ଏହି ରହଣି ବଳବତ୍ତର ରହିବ।

Comments are closed.