ଭୁବନେଶ୍ୱର: ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଡାକରା ଦିଆଯାଇଥିବା ଧର୍ମଘଟ ସ୍ଥଗିତ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଧର୍ମଘଟ ଆନ୍ଦୋଳନ ସ୍ଥଗିତ ରହିଛି। 31 ଯାଏ ଆନ୍ଦୋଳନକୁ ସ୍ଥଗିତ ରଖିଛି ସଂଘ। ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଆନ୍ଦୋଳନ ସ୍ଥଗିତ ରହିଛି ବୋଲି ସଂଘ କହିଛି।
ଆଜିଠୁ ଘରୋଇ ବସ ସଂଘ ଧର୍ମଘଟ ଡାକରା ଦେଇଥିଲା। ପରିଣାମସ୍ବରୂପ ଅନେକ ଯାତ୍ରୀ ହନ୍ତସନ୍ତ ହୋଇଥିଲେ। ଏହାପରେ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ସହ ରାଜ୍ୟ ଘରୋଇ ବସ କର୍ମୀଙ୍କ ବୈଠକ ବସିଥିଲା। ଏହି ବୈଠକରେ ମଧ୍ୟ ପରିବହନ କମିଶନର ଏବଂ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ।
ଦଶହରା ବେଳେ ଲୋକ ହଇରାଣ ହୋଇଥିବାରୁ ଆମେ ଦୁଃଖିତ। ଆଶା କରୁଛୁ ରାଜ୍ୟ ସରକାର ଆଗାମୀ ଦିନରେ ହଇରାଣ କରିବେ ନାହିଁ। 31 ତାରିଖ ଯାଏ ଆନ୍ଦୋଳନ ସ୍ଥଗିତ ରଖାଯାଇଛି। ମୁଖ୍ୟମନ୍ତ୍ରୀ ଏବଂ ପରିବହନ ମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଆନ୍ଦୋଳନ 31 ତାରିଖ ଯାଏ ସ୍ଥଗିତ ରଖିଛୁ ବୋଲି ଘରୋଇ ବସ ମାଲିକ ସଂଘ ତରଫରୁ କୁହାଯାଇଛି।
Comments are closed.