Latest Odisha News

BREAKING NEWS

ବିବେକ ଅଗ୍ନୀହୋତ୍ରୀଙ୍କ ନୂଆ ଫିଲ୍ମ ଘୋଷଣା, ମହାଭାରତ ଉପରେ ଆଧାରିତ ହେବ କାହାଣୀ

ମୁମ୍ବାଇ: ନିକଟରେ ଫିଲ୍ମ ମେକର ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦି ଭ୍ୟାକ୍ସିନ ୱାର୍‌’ ରିଲିଜ ହୋଇଛି। ଏହାପୂର୍ବରୁ ସେ ‘ଦ କାଶ୍ମୀର ଫାଇଲ’ ଭଳି ହିଟ୍ ଫିଲ୍ମ କରିଛନ୍ତି। କିନ୍ତୁ ତାଙ୍କ ଫିଲ୍ମ ‘ଦି ଭ୍ୟାକ୍ସିନ ୱାର୍‌’ ଫ୍ଲପ୍ ହୋଇଥିଲା। ଏହି ଫିଲ୍ମ ଫ୍ଲପ୍ ହେବା ପରେ ଫିଲ୍ମ ନିର୍ମାତା ବିବେକ ଅଗ୍ନୀହୋତ୍ରୀ ଏକ ନୂଆ ଚଳଚ୍ଚିତ୍ର ଘୋଷଣା କରିଛନ୍ତି। ଯାହା ମହାଭାରତ ଉପରେ ଆଧାରିତ। ଏହା ତିନୋଟି ଭାଗରେ ରିଲିଜ୍ ହେବାକୁ ଯାଉଛି। ଏହି ଚଳଚ୍ଚିତ୍ରର ନାମ ‘ପର୍ବ: ଆନ୍ ଏପିକ୍ ଟେଲ୍ ଅଫ୍ ଧର୍ମ।’

ଏହି ମୁଭିଟି ଏସଏଲ ଭୈରପ୍ପାଙ୍କ ପୁସ୍ତକ ‘ପର୍ବ’ ଉପରେ ଆଧାରିତ। ବିବେକ ଏହି ଫିଲ୍ମକୁ ତିନି ଭାଗରେ ନିର୍ମାଣ କରିବାକୁ ଯାଉଛନ୍ତି ଏବଂ ଏହା ମହାଭାରତ ଉପରେ ଫୋକସ କରିବ। ଅଭିନେତ୍ରୀ ପଲ୍ଲବୀ ଯୋଶୀ ଏହି ଫିଲ୍ମକୁ ପ୍ରଡ୍ୟୁସ କରୁଛନ୍ତି। ସୋସିଆଲ ମିଡିଆ ଇନଷ୍ଟ୍ରାଗ୍ରାମରେ ଆକାଉଣ୍ଟରେ ବେବେକ ଏହି ଫିଲ୍ମକୁ ନେଇ ଘୋଷଣା କରିଛନ୍ତି। ଏକ ପୋଷ୍ଟରେ ‘ପର୍ବ’ର ପୋଷ୍ଟର ସେୟାର କରିବା ବେଳେ ସେ ଲେଖିଛନ୍ତି, ‘ବଡ ଘୋଷଣା, ମହାଭାରତ ଇତିହାସ ନା ପୁରାଣ ? ପଦ୍ମ ଭୂଷଣ ଡକ୍ଟର ଏସ୍. ଭୈରପ୍ପାଙ୍କ ‘ଆଧୁନିକ କ୍ଲାସିକ୍’ ଉପସ୍ଥାପନ କରିଥିବାରୁ ଆମେ ଭଗବାନଙ୍କ ନିକଟରେ କୃତଜ୍ଞ। ପର୍ବ-ଧର୍ମର ଏକ ଉପନ୍ୟାସ। ଏହି ପର୍ବକୁ ମାଷ୍ଟରପ୍ରିସର ମାଷ୍ଟରପିସ କୁହାଯାଏ।’

ବିବେକଙ୍କ ଫିଲ୍ମ ଘୋଷଣା ପରେ ପ୍ରଶଂସକମାନେ ବହୁତ ଉତ୍ସାହିତ ହୋଇଛନ୍ତି। ଏହା ପରେ ଏକ ଭିଡିଓ ସେୟାର କରାଯାଇଥିଲା ଯେଉଁଥିରେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଏବଂ ଏସ୍.ଏଲ୍ ଭୈରପ୍ପା ଚୁକ୍ତିନାମା ସ୍ୱାକ୍ଷର କରୁଥିବା ଦେଖିବାକୁ ମିଳିଛି। ଭିଡିଓ ଶୁଣିବା ପରେ ଅନୁମାନ କରାଯାଇପାରେ ଯେ ଏହି ଚଳଚ୍ଚିତ୍ରର କାହାଣୀ ମହାଭାରତ ଉପରେ ଆଧାରିତ ହେବ। ଏହା ସହିତ ଏହି ଚଳଚ୍ଚିତ୍ରଟି ତିନି ଭାଗରେ ରହିବ, ଯାହାର କାମ ଆରମ୍ଭ ହୋଇଛି।

Comments are closed.