Latest Odisha News

BREAKING NEWS

ନଭେମ୍ବର ଦ୍ୱିତୀୟ ସପ୍ତାହରେ ଆୟୋଜିତ ହେବ ଭାରତ-ଆମେରିକାର ଟୁ-ପ୍ଲସ-ଟୁ ବୈଠକ

ନୂଆଦିଲ୍ଲୀ: ବିଶ୍ୱର ଅନେକ ସ୍ଥାନରେ ଚାଲିଥିବା ଅଶାନ୍ତି ମଧ୍ୟରେ ଆୟୋଜିତ ହେବ ଭାରତ-ଆମେରିକା ଟୁ ପ୍ଲସ ଟୁ ବୈଠକ। ନଭେମ୍ବର ଦ୍ବିତୀୟ ସପ୍ତାହରେ ନୂଆଦିଲ୍ଲୀରେ ଏହି ଟୁ ପ୍ଲସ ଟୁ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ସରକାରୀ ସୂତ୍ର ଅନୁଯାୟୀ, ଆମେରିକାର ପ୍ରତିରକ୍ଷା ସଚିବ ଲୟର୍ଡ ଜେ ଅଷ୍ଟିନ ଏବଂ ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ଜାତୀୟ ରାଜଧାନୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ଏହି ବୈଠକରେ ନେତାମାନେ ବିଶ୍ୱ ଏବଂ ଆଞ୍ଚଳିକ ସୁରକ୍ଷା ପ୍ରସଙ୍ଗ ଉପରେ ଆଲୋଚନା କରିବେ ବୋଲି ଆଶା କରାଯାଉଛି। ଇସ୍ରାଏଲ-ହମାସ ଯୁଦ୍ଧ ଯୋଗୁଁ ମଧ୍ୟ ପୂର୍ବର ଉଦୀୟମାନ ପରିସ୍ଥିତି ଉପୁଜିଛି। ଟୁ-ପ୍ଲସ-ଟୁ ମନ୍ତ୍ରୀସ୍ତରୀୟ ସଂଳାପ ହେଉଛି ଏକ କୂଟନୈତିକ ଶିଖର ସମ୍ମିଳନୀ, ଯାହା ୨୦୧୮ରେ ଆରମ୍ଭ ହୋଇଥିଲା ଏବଂ ଏହା ପ୍ରତିବର୍ଷ ଅନୁଷ୍ଠିତ ହୋଇଥାଏ। ପ୍ରଥମେ ବୈଦେଶିକ ସଚିବ ଏବଂ ଆମେରିକାର ପ୍ରତିରକ୍ଷା ସଚିବଙ୍କ ମଧ୍ୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥାଏ।

ଭାରତ ଏବଂ ଆମେରିକା ସେମାନଙ୍କର ରଣନୀତିକ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଏହି ବୈଠକ ଆୟୋଦିକ ହେଉଛି। ଏହା ଆଲୋଚନାର ପଞ୍ଚମ ସଂସ୍କରଣ ହେବ। ୟୁରୋପରେ ଚାଲିଥିବା ରୁଷିଆ-ୟୁକ୍ରେନ ଯୁଦ୍ଧ ଏବଂ ଏହାର ପ୍ରଭାବ ଏହି ଅଞ୍ଚଳ ଉପରେ ମଧ୍ୟ ଆଲୋଚନା ହେବ ବୋଲି ଆଶା କରାଯାଉଛି।

Comments are closed.