ଭୁବନେଶ୍ୱର: ଦଶହରା ଉପଲକ୍ଷେ ବିଭିନ୍ନ ପ୍ରେକ୍ଷାଳୟରେ ଚଳଚ୍ଚିତ୍ର ମୁକ୍ତିଲାଭ କରିଛି। ଅନ୍ୟପଟେ ଓଡ଼ିଆ ଚଳଚ୍ଚିତ୍ର ‘ରାମ’ କୁ ନେଇ ଦେଖାଦେଇଛି ବିଭିନ୍ନ ପ୍ରକାର ବିବାଦ। ଫିଲ୍ମ ରାମକୁ ସମ୍ବଲପୁରରେ ରିଲିଜ କରାଇନଦେବା ଅଭିଯୋଗ ହୋଇଛି। ଗତ ୨୦ ତାରିଖରେ ଫିଲ୍ମଟି ସାରା ଓଡିଶାରେ ରିଲିଜ ହୋଇଥିଲା। କିନ୍ତୁ ସମ୍ବଲପୁରରେ ଉକ୍ତ ଶୋ ବନ୍ଦ କରିଦେଲେ ମନୋଜଙ୍କ ସମର୍ଥକ। ଅନ୍ୟପଟେ ମନୋଜ ମିଶ୍ରଙ୍କୁ ଦୁଇ ବର୍ଷ ପାଇଁ ବ୍ୟାନ କରାଯାଇଛି।
ସୂଚନା ଅନୁସାରେ ଏହି ଫିଲ୍ମକୁ ନେଇ ଅନେକ ବିବାଦ ଦେଖାଦେଇଛି। ସମ୍ବଲପୁରରେ ରାମ ଚଳଚ୍ଚିତ୍ର ନଚଲେଇବା ପାଇଁ ମନୋଜ ଷଡଯନ୍ତ୍ର କରିଥିବା ଅଭିଯୋଗ ଆସିଛି। ଅରିନ୍ଦମଙ୍କ ଫିଲ୍ମ ରିଲିଜ ନକରାଇ ଦେବା ପଛରେ ଅଭିନେତା ମନୋଜ ମିଶ୍ରଙ୍କ ହାତ ରହିଥିବା କହୁଛି ପ୍ରଯୋଜକ ସଂଘ। ରାମ୍ ଫିଲ୍ମର କଳାକାର ଜିତୁ ମଂଗରାଜ ଏବଂ ମନୋଜ ମିଶ୍ରଙ୍କ ମଧ୍ୟରେ ବିବାଦ ରହିଛି। ଯେଉଁଥିପାଇଁ ରାମ୍ ଫିଲ୍ମ ସମ୍ବଲପୁରରେ ରିଲିଜ୍ ହୋଇପାରିନଥିବା ଅଭିଯୋଗ ହୋଇଛି।
ଅନ୍ୟପଟେ ଏନେଇ ଏକ ପ୍ରଡ୍ୟୁସର ଆସୋସିଏସନର ସାମ୍ବାଦିକ ସମ୍ମିଳନୀ ହୋଇଛି। ଅଭିନେତା ମନୋଜ ମିଶ୍ରଙ୍କୁ ଦୁଇ ବର୍ଷ ପାଇଁ ବ୍ୟାନ କରାଯାଇଛି। ଏପରିକି ମନୋଜଙ୍କୁ କୌଣସି ପ୍ରଯୋଜକ ଅଭିନୟ ପାଇଁ ସୁଯୋଗ ଦେବେନି। ଉକ୍ତ ଘଟଣାକୁ ନେଇ ଅରିନ୍ଦମ୍ ପ୍ରଡ୍ୟୁସର ସଂଘକୁ ଜଣାଇଥିଲେ। ଉକ୍ତ ଅଭିଯୋଗ ନେଇ ଆଜି ଜରୁରୀ ବୈଠକ ବସିଥିଲା। ତଥ୍ୟ ପ୍ରମାଣ ମିଳିବାରୁ ମନୋଜ ମିଶ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ସଂଘ। ଯେଉଁଥିରେ ମନୋଜ ମିଶ୍ରଙ୍କୁ ଦୁଇ ବର୍ଷ ପାଇଁ କୌଣସି ଫିଲ୍ମରେ ଅଭିନୟ କରାଇ ନଦେବାକୁ ନିଷ୍ପତି ହୋଇଛି।
Comments are closed.