ଭୁବନେଶ୍ୱର: ବସ୍ ଚଳାଚଳକୁ ନେଇ ଆଜି ହେବ ଆଲୋଚନା । ରାଜ୍ୟ ସରକାର ଓ ଘରୋଇ ବସ୍ ମାଲିକ ସଂଘ ମଧ୍ୟରେ ଆଜି ପୂର୍ବାହ୍ନ ୧୧ଟା ବେଳେ ଖାରବେଳ ଭବନରେ ବୈଠକ ବସିବାର ସମ୍ଭାବନା ରହିଛି । ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ କରି ମାଲିକ ସଂଘର ଦାବି ଉପରେ ବୈଠକରେ ଆଲୋଚନା ହୋଇପାରେ ।
ସରକାରଙ୍କ ପକ୍ଷରୁ ଚାଲୁଥିବା ଲକ୍ଷ୍ମୀ ବସକୁ ବିରୋଧ କରି ଆସୁଛନ୍ତି ଘରୋଇ ବସ ମାଲିକ ସଂଘ । ବ୍ଲକ ହେର୍ଡ କ୍ୱାର୍ଟର୍ସରୁ ଜିଲ୍ଲା ହେଡ କ୍ୱାର୍ଟର୍ସକୁ ଲକ୍ଷ୍ମୀ ବସ୍ ଚଳାଚଳ କରିବା ଦ୍ୱାରା ଘରୋଇ ବସ ମାଲିକ କ୍ଷତିଗ୍ରସ୍ତ ହେବେ । ବହୁ କର୍ମଚାରୀ କାମ ହରାଇବେ । ଏହାକୁ ବିରୋଧ କରି ଘରୋଇ ବସ ମାଲିକ ସଂଘ ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଥିଲା । ଏପରିକି ପୂଜା ପୂର୍ବରୁ ଅର୍ଥାତ ଶୁକ୍ରବାର ବସ ଚଳାଚଳ ବନ୍ଦ ରଖିଥିଲେ ମାଲିକ ସଂଘ ।
Comments are closed.