Latest Odisha News

BREAKING NEWS

୩୧ରେ ଶପଥ ଗ୍ରହଣ କରିବେ ରାଜ୍ୟପାଳ ରଘୁବର ଦାସ

ଭୁବନେଶ୍ଵର: ଆସନ୍ତା ୩୧ ତାରିଖରେ ଶପଥ ନେବେ ରାଜ୍ୟର ନୂଆ ରାଜ୍ୟପାଳ ରଘୁବର ଦାସ । ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ରାଷ୍ଟ୍ରୀୟ ଉପସଭାପତି ରଘୁବର ଦାସଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳଭାବେ ନିଯୁକ୍ତ କରିଥିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । 

୧୯୮୦ ମସିହାରୁ ଜନସାଧରଙ୍କ ସେବା କରିଆସୁଛନ୍ତି ରଘୁବର ଦାସ । ଦାୟିତ୍ୱ ଗ୍ରହଣ ପୂର୍ବରୁ ପ୍ରତିକ୍ରିୟା ରଖିଛନ୍ତି ନବ ନିଯୁକ୍ତ ରାଜ୍ୟପାଳ ରଘୁବର ଦାସ । କହିଛନ୍ତି କୌଣସି ଦାୟିତ୍ୱ କଠିନ ନୁହେଁ । ନିଷ୍ଠାର ସହ ଦାୟିତ୍ୱ ତୁଳାଇଲେ ଯେତେ ବଡ କାମ ବି ସହଜରେ କରି ହୋଇଥାଏ ବୋଲି କହିଛନ୍ତି ନବ ନିଯୁକ୍ତ ରାଜ୍ୟପାଳ ରଘୁବର ଦାସ । 

ରଘୁବର ୫ଥର ଝାଡ଼ଖଣ୍ଡ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ସେ ଝାଡ଼ଖଣ୍ଡର ଉପମୁଖ୍ୟମନ୍ତ୍ରୀ ଓ ପରବର୍ତ୍ତୀ ସମୟରେ ଝାଡ଼ଖଣ୍ଡର ଷଷ୍ଠ ମୁଖ୍ୟମନ୍ତ୍ରୀ ଭାବରେ ଅବସ୍ଥାପିତ ହୋଇଥିଲେ । ସେ ଝାଡ଼ଖଣ୍ଡ ରାଜ୍ୟ ବିଜେପିର ସଭାପତି ଭାବରେ ଦୁଇଥର ମଧ୍ୟ କାର୍ଯ୍ୟ କରିଛନ୍ତି । ଝାଡ଼ଖଣ୍ଡର ପ୍ରଥମ ଅଣ ଆଦିବାସୀ ମୁଖ୍ୟମନ୍ତ୍ରୀ ଭାବରେ ରଘୁବର ଦାସ ଅଧିଷ୍ଠିତ ହୋଇଥିଲେ । ସେ ୨୦୧୯ ଯାଏ ଏହି ପଦରେ ରହିଥିଲେ ।

ସୂଚନାଯୋଗ୍ୟ ଯେ, ଆଜି ବର୍ତ୍ତମାନର ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ରାଜଭବନରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯିବ । ଅପରାହ୍ନରେ ଏହି ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେବ । ଏହି ସମ୍ବର୍ଦ୍ଧନା ଉତ୍ସବରେ ରାଜଭବନ ଅଧିକାରୀ ମାନେ ଯୋଗଦେବେ ।

Comments are closed.