Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ଶ୍ରୀମନ୍ଦିରର ନିଷେଧ କର୍ମ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ପରିସରରେ କିଛି କର୍ମକୁ ନିଷେଧ କରାଯାଇଛି। କେବଳ ଶ୍ରୀମନ୍ଦିର ନୁହେଁ ପୃଥବୀର ସମସ୍ତ ମନ୍ଦିର ଓ ଦେବ ପୀଠରେ ଏହା ନିଷେଧ ଅଟେ। ସାଧାରଣ ଭାବରେ ଦେଖିବାକୁ ଗଲେ ଏଗୁଡିକ ସବୁ ମଣିଷ ମନର ବିକୃତି ବା ଅଶୋଭନୀୟ ଆଚରଣ ପାଇଁ ପ୍ରବୃତି ଅଟେ। ଯାହା ସର୍ବାଦୌ ବର୍ଜନୀୟ।

କୌଣସି ଦେବସ୍ଥଳୀ ବା ମନ୍ଦିର ମଧ୍ୟରେ ପରସ୍ପର ମଧ୍ୟରେ ଦ୍ଵନ୍ଦ ଯୁଦ୍ଧ ବା କଳି କରିବା ଉଚିତ୍ ନୁହେଁ। ଏହା ନିଜର ତଥା ପରିବେଶର ଶାନ୍ତି ଭଙ୍ଗ କରିଥାଏ।

ଯଦି ବି ଅନ୍ୟ ସହ ଦ୍ଵନ୍ଦ ବା କଳି ହୋଇନଥାଏ, ତଥାପି ସମୟ ସମୟରେ ଜଣେ ମଣିଷ ଅନ୍ୟକୁ ଅଯଥାରେ ଅପମାନିତ କରିଥାଏ ଏହା ସମ୍ପୂର୍ଣ୍ଣ ବର୍ଜିତ ଓ ଅଶୋଭନୀୟ ଅଟେ। ପ୍ରଭୁଙ୍କ ଦରବାରରେ ରହି ଅନ୍ୟକୁ ଅପମାନିତ କରିବା ଅଧିକାର
ଆପଣଙ୍କୁ କିଏ ଦେଲା ଭାବିବା ଉଚିତ।

ଆହୁରି ଏକ ଗୁରୁତ୍ୱ ପୂର୍ଣ୍ଣ କଥା ହେଲା ଦେବ ସ୍ଥଳୀ ବା ମନ୍ଦିର ମଧ୍ୟରେ ଅଶ୍ଳୀଳ କଥାବାର୍ତ୍ତା ସମ୍ପୂର୍ଣ ବର୍ଜନୀୟ।

ଅନେକ ସମୟରେ ଦେଖାଯାଉଛି ଦେବ ସ୍ଥଳୀ ବା ମନ୍ଦିର ମଧ୍ୟରେ ରହି ମଧ୍ୟ କିଛି ମଣିଷ ନିଜର ସ୍ଵଭାବରେ ପରିବର୍ତ୍ତନ ଆଣିନଥାନ୍ତି। ସ୍ୱାଭାବିକ ଭାବରେ ଅନ୍ୟର ନିନ୍ଦା କରିବା ସହ ଅନ୍ୟର ଅନିଷ୍ଟ ଚିନ୍ତା କରିଥାନ୍ତି।

ସମୟ ସମୟରେ ମଣିଷ ସ୍ଵପ୍ରକୃତି ପ୍ରକାଶ କରି ଅନ୍ୟକୁ ମନ୍ଦିର ମଧ୍ୟରେ କଟୁ ଶବ୍ଦ ପ୍ରୟୋଗ କରି କଥା ହୋଇ ଥାନ୍ତି। ଏହି ଆଚରଣ କଟୁ ଶବ୍ଦ ଶୁଣିଥିବା ବ୍ୟକ୍ତିର ମନ ର ଅବସ୍ଥାକୁ ଦୁଃଖ ପୂର୍ଣ୍ଣ କରିବା ସହ ଆପଣ ନିଜେ ମଧ୍ୟ ଭାବ ଭକ୍ତିଠାରୁ ନିଜକୁ ଦୁରେଇ ଦେଇ ଥାନ୍ତି।

ଯେତେ ପ୍ରକାର ବିଷୟ ଉପରେ ଆଲୋଚନା କରାଗଲା ସବୁ ମଣିଷର ଆଚରଣ ଉପରେ ନିର୍ଭର କରେ ତେଣୁ ପ୍ରଥମେ ନିଜ ଆଚରଣରେ ଶୁଦ୍ଧି ଆଣି ଆମେ ଶ୍ରୀମନ୍ଦିର ହେଉ ବା ଅନ୍ୟ ମନ୍ଦିର ହେଉ ଯିବା ଉଚିତ।

ଆଗାମୀ ଅଧ୍ୟାୟରେ ଜାଣିବା ଆଉ କିଛି ଆଚରଣ ବିଧି କଥା ବର୍ତ୍ତମାନ ଆରାଧନା ଓ ଭାଗବତ ପଠନ।

ସେମାନଙ୍କର କର୍ମମାନ
ନକଲେ ଋଣୀ ହୋନ୍ତି ଜନ।
ଧନ କାର୍ପଣ୍ୟ ସେବା ଫଳେ
କିବା ଅସାଧ୍ୟ ମହୀ ତଳେ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Comments are closed.