ନୂଆଦିଲ୍ଲୀ : ବିବିଧତାର ଦେଶ ଭାରତ । ଏଠାରେ ବାର ମାସ ରେ ତେର ପର୍ବ ପାଳିତ ହୁଏ । ଭାରତରେ ଏପରି ଅନେକ ମନ୍ଦିର ରହିଛି , ଯାହା ପଛରେ ବିଭିନ୍ନ ଚମତ୍କାର ଭରା କାହାଣୀ ରହିଛି। ଆଜି ଆମେ ଆପଣଙ୍କୁ ଭାରତରେ ରହିଥିବା ସେହିପରି ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ । ହଁ ଆଜ୍ଞା ମଧ୍ୟପ୍ରଦେଶରେ ରହିଛି ଏପରି ଏକ ମନ୍ଦିର । ଯେଉଁଠାରେ ଓଲଟା ସ୍ବସ୍ତିକ କରିବା ଦ୍ବାରା ସମସ୍ତ ଇଛା ପୂରଣ ହୋଇଥାଏ।
ପୁରାଣଶାସ୍ତ୍ର ଅନୁଯାୟୀ, ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ଭିନ୍ନ ପ୍ରକାରର ଗଣେଶ ମନ୍ଦିର ରହିଛି। ଏହି ମନ୍ଦିରର ପଛ କାନ୍ଥରେ ଅର୍ଥାତ୍ ଗଣେଶଙ୍କ ପିଠିରେ ଓଲଟା ସ୍ବସ୍ତିକ ବନାଇବା ଦ୍ବାରା ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଏହି ମନ୍ଦିରର ନାମ ଖାଜାରଣ ମନ୍ଦିର । ଏହି ଗଣେଶ ମନ୍ଦିରର ବୁଧବାର ପୂଜାର ଅଧିକ ମାନ୍ୟତା ରହିଛି। ଏହି ଦିନ ଗଣେଶଙ୍କ ସଜବାଜ ପରେ ବିଧିବଦ୍ଧ ପୂଜାର୍ଚ୍ଚନା କରାଯାଇଥାଏ। ଏପରିକି ସନ୍ଧ୍ୟା ଆରତି ଦେଖିବା ପାଇଁ ଏଠାରେ ଖୁବ ଭିଡ଼ ଜମେ । ଏହି ମନ୍ଦିର ଖୁବ ପ୍ରସିଦ୍ଧ। ୧୭୩୩ ମସିହାରେ ହୋଲ୍କର ବଂଶର ମହାରାଣୀ ଅହିଲିୟାବାଇ ଏହି ମନ୍ଦିରର ନିର୍ମାଣ କରିଥିଲେ।
ବିଶ୍ଵାସ କରାଯାଏ ଯେ ଯିଏ ଭଗବାନ ଗଣେଶଙ୍କ ଆଶୀର୍ବାଦ ପାଆନ୍ତି, ତାଙ୍କର ସମସ୍ତ କାର୍ଯ୍ୟ ସଫଳ ହୋଇଥାଏ। ଜୀବନରେ ଆସୁଥିବା ସମସ୍ତ ବାଧାବିଘ୍ନ ଦୂର ହୋଇଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ ବୁଧବାର ଗଣେଶଙ୍କ ଦିନ ଭାବରେ ବିବେଚନା କରାଯାଏ। ଯେଉଁମାନଙ୍କର ରାଶିଫଳରେ ବୁଧ ଦୋଷ ଥାଏ କିମ୍ବା ଯେଉଁମାନେ ନିଜ କାର୍ଯ୍ୟରେ ଅନେକ ବାଧାବିଘ୍ନର ସମ୍ମୁଖୀନ ହୁଅନ୍ତି, ଯଦି ସେମାନେ ଗଣେଶଙ୍କୁ ପ୍ରସନ୍ନ କରିବା ପାଇଁ ବୁଧବାର ଦିନ କିଛି ପୂଜା କରନ୍ତି । ତେବେ ସେମାନେ ନିଶ୍ଚିତ ଭାବରେ ଲାଭ ପାଇବେ।
Comments are closed.