Latest Odisha News

BREAKING NEWS

୧୩୦ ଡେସିବେଲ୍‌ର ଚିତ୍କାର ! ଏହି ପକ୍ଷୀଙ୍କ ଆବାଜ୍ ଆଗରେ ଫିକା ପଡ଼ିଗଲେ ଅନ୍ୟ ସମସ୍ତ ଚଢ଼େଇ

ନୂଆଦିଲ୍ଲୀ: ବିଶ୍ୱରେ ଅନେକ ପ୍ରକାର ଜୀବ ଜନ୍ତୁ ରହିଛନ୍ତି । ପ୍ରକୃତି ସେମାନଙ୍କ ନିକଟରେ ଅନେକ ବୈଷିଷ୍ଟ୍ୟ ଭରି ଦେଇଛି । ଆପଣମାନେ କେବେ ଚିନ୍ତା କରିପାରିବେ ଗୋଟିଏ ପକ୍ଷୀ ଲାଉଡ ସ୍ପିକର ପରି ଶବ୍ଦ ସୃଷ୍ଟି କରିପାରିବ ? ଏହା ସତ୍ୟ । ଆସନ୍ତୁ ଜାଣିବା ଏହି ବିଚିତ୍ର ପକ୍ଷୀ ସମ୍ପର୍କରେ.. ।ଦକ୍ଷିଣ ଆମେରିକାର ଆମାଜନ୍ ଏବଂ ଆଟଲାଣ୍ଟିକ୍ ବୃଷ୍ଟିପୁଷ୍ଟ ଅରଣ୍ୟରେ ମିଳୁଥିବା ‘ବେୟାର-ଥ୍ରୋଟେଡ୍ ବେଲ୍‌ବର୍ଡ’ ନାମକ ଏକ ସ୍ୱତନ୍ତ୍ର ପକ୍ଷୀ ନିଜର ଅତ୍ୟନ୍ତ ତୀବ୍ର ଏବଂ ବିକଟାଳ ଶବ୍ଦ ପାଇଁ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ପକ୍ଷୀର ରାବ ବା ଶବ୍ଦର ତୀବ୍ରତା ପ୍ରାୟ ୧୩୦ ଡେସିବେଲ ପର‌୍ୟ୍ୟନ୍ତ ପହଞ୍ଚିଥାଏ, ଯାହାକି ଏକ ଜେଟ୍ ଏଞ୍ଜିନ୍‌ର ଶବ୍ଦ କିମ୍ବା ରକ୍ କନ୍‌ସର୍ଟର ଶବ୍ଦ ସହ ସମାନ ।

ଏହା ଯେକୌଣସି ସାଧାରଣ ମଣିଷର କାନ ପାଇଁ ଅତ୍ୟନ୍ତ କ୍ଷତିକାରକ ଏବଂ କାନପଟା ଫାଟିଯିବା ପରି ଭୟଙ୍କର ହୋଇପାରେ । ବୈଜ୍ଞାନିକମାନଙ୍କ ଗବେଷଣା ଅନୁସାରେ, ଏହା ବିଶ୍ୱର ସବୁଠାରୁ ବିକଟାଳ ଏବଂ ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା ପକ୍ଷୀମାନଙ୍କ ମଧ୍ୟରେ ଅନ୍ୟତମ ।  ପୁରୁଷ ବେଲ୍‌ବର୍ଡ ନିଜର ସାଥୀ (ମାଇ ପକ୍ଷୀ)କୁ ଆକୃଷ୍ଟ କରିବା ପାଇଁ  ବିକଟାଳ ଶବ୍ଦ ସୃଷ୍ଟି କରିଥାଏ । ଏହି ପକ୍ଷୀର ଗଳା ଏବଂ ପେଟର ମାଂସପେଶୀ ଅତ୍ୟନ୍ତ ଶକ୍ତିଶାଳୀ ହୋଇଥାଏ, ଯାହା ତାଙ୍କୁ ବିନା କୌଣସି ଶାରୀରିକ କ୍ଷତିରେ ଏତେ ଜୋର୍‌ରେ ଶବ୍ଦ ବାହାର କରିବାରେ ସାହାଯ୍ୟ କରେ । ଏହାର ଆବାଜ୍ ବେଲ୍ (ଘଣ୍ଟି) ବାଜିବା ପରି ଶୁଣାଯାଉଥିବାରୁ ଏହାକୁ ‘ବେଲ୍‌ବର୍ଡ ବୋଲି କୁହାଯାଏ ।

Leave A Reply

Your email address will not be published.