Latest Odisha News

BREAKING NEWS

ପୁଅ ଝିଅ ସହ ମିଶି ସ୍ୱାମୀଙ୍କୁ ହତ୍ୟା କଲେ ସ୍ତ୍ରୀ !

କେନ୍ଦ୍ରାପଡ଼ା: ଆଳି ଥାନା ଅନ୍ତର୍ଗତ ଚଣ୍ଡିଆଗଡ଼ି ପଞ୍ଚାୟତର ମାଳପାଟଣା ଗାଁରେ ଘଟିଛି ଚାଞ୍ଚଲ୍ୟକର ଘଟଣା । ଜଣେ ବ୍ୟକ୍ତିଙ୍କୁ ତାଙ୍କ ସ୍ତ୍ରୀ, ପୁଅ ଓ ଝିଅ ମିଶି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ହେଲେ ନିରଞ୍ଜନ ସାହୁ । ଅଭିଯୁକ୍ତ ସ୍ତ୍ରୀକୁ ପୁଲିସ ଅଟକ ରଖି ପଚରାଉଚରା କରିଥିବା ବେଳେ, ସେ ସ୍ବାମୀକୁ ମାରିଦେଇଥିବା କଥା ମଧ୍ୟ ସ୍ବୀକାର କରିଛନ୍ତି ।

ସୂଚନାନୁଯାୟୀ, ମାଳପାଟଣା ଗାଁର ନିରଞ୍ଜନ ସାହୁ ପ୍ରତିଦିନ ରାତିରେ ମଦ୍ୟପାନ କରି ଘରକୁ ଫେରନ୍ତି । ବୁଧବାର ମଧ୍ୟ ମଦ୍ୟପାନ କରି ଘକକୁ ଫେରିଥିଲେ ଏବଂ ସ୍ତ୍ରୀ ଓ ପିଲାଙ୍କ ସହ ଝଗଡା କରିଥିଲେ । ଯୁକ୍ତିତକ୍ତ ପରେ ନିରଞ୍ଜନ ଶୋଇ ପଡ଼ିଥିଲେ । ଏହାର ସୁଯୋଗ ନେଇ ସ୍ତ୍ରୀ ମନୋରମା ତାଙ୍କ ତଣ୍ଟି ଉପରେ ଚଢି ତାଙ୍କୁ ହତ୍ୟା କରିଥିଲେ । ଏହି ହତ୍ୟାକାଣ୍ଡରେ ମନୋରମାଙ୍କ ପୁଅ ଓ ନାବାଳିକା ଝିଅ ସହଯୋଗ କରିଥିଲେ । ଗୁରୁବାର ସକାଳେ ନିରଞ୍ଜନଙ୍କ ମୃତଦେହ ଘର ବାହାରେ ପଡ଼ିଥିବା ଦେଖି ପଡୋଶୀ ଆଳି ପୋଲିସକୁ ଖବର ଦେଇଥିଲେ । ଆଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସାଇଣ୍ଟିଫିକ୍ ଟିମର ସହାୟତା ନେଇଛି ।

ଆଳି ଥାନା ପୋଲିସ ନିରଞ୍ଜନଙ୍କ ସ୍ତ୍ରୀ, ପୁଅ ଓ ଝିଅଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି । ଘଟଣାର ପ୍ରକୃତ କାରଣ ଓ ହତ୍ୟାକାଣ୍ଡରେ କାହାର କେତେ ଭୂମିକା ଥିଲା,ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.