ଭୁବନେଶ୍ୱର:ନବୀନ ନିବାସରେ ପାଣ୍ଡିଆନଙ୍କୁ ସ୍ୱାଗତ କରିବା ପାଇଁ ସରକାରୀ କର୍ମଚାରୀ ଭିଡ ଜମାଇଥିବା ଘଟଣାକୁ କଡା ଭାଷାରେ ସମାଲୋଚନା କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଆଇଏଏସ ପଦବୀରୁ ସ୍ୱେଚ୍ଛାକୃତ ଅବସର ନେବାର ମାତ୍ର କେଇ ଘଣ୍ଟା ପରେ ପାଣ୍ଡିଆନଙ୍କୁ ମିଳିଛି କ୍ୟାବିନେଟ ରାଙ୍କ ପାହ୍ୟା । ଏହି ତମାମ ଘଟଣାକୁ ଏକ ପରିହାସ ବୋଲି କହିବା ସହ ପୂର୍ବତନ ସଚିବଙ୍କର ଏହା ଓଡିଶା ରାଜନୀତିରେ ସପ୍ଟ ଲାଣ୍ଡିଂ ବୋଲି କହିଛନ୍ତି ।
ମିଡିଆକୁ ବାର୍ତ୍ତା ଦେଇ ଅପରାଜିତା କହିଛନ୍ତି, ‘ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମ୍ମାନ ଦିଏ । ହେଲେ ୨୩ ବର୍ଷର ଶାସନ ଭିତରେ ଓଡ଼ିଶାରେ ସରକାରୀ ଶାସନ ବ୍ୟବସ୍ଥାକୁ ଏକ ପରିହାସ କରି ରଖିଦେଇଛନ୍ତି । ଜଣେ ଆଇଏଏସ ଅଫିସର ଭାବେ ଗାଇଡଲାଇନ ଉପରକୁ ଉଠି କାମ କରିଥିଲେ ଯାହାକୁ ନେଇ ଖାଲି ନେତା ନୁହେଁ ଜନତା ବି ସମାଲୋଚନା କରିଥିଲେ । ହେଲେ ତାଙ୍କୁ ଭିଆରଏସ ନେବାକୁ ବାଧ୍ୟ କରାଗଲା ।
ସାଂସଦ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀ ଏବଂ ପାଣ୍ଡିଆନ ଭଲଭାବେ ଜାଣିଛନ୍ତି, ନିର୍ବାଚନ ଆୟୋଗ ପଦବୀରେ ରହି ରାଜନୀତିରେ ସାମିଲ ହେବା କାରଣକୁ ନେଇ ନିର୍ବାଚନ ପୂର୍ବରୁ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବେ । ସେଥିପାଇଁ କାର୍ଯ୍ୟାନୁଷ୍ଠାନରୁ ବଞ୍ଚିବା ପାଇଁ ସେ ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି ସାଂସଦ ଅପରାଜିତା ।
ଯାହା ବି ହେଉ, ଇସ୍ତଫା ପରେ ପାଣ୍ଡିଆନଙ୍କ କ୍ୟାବିନେଟ ପାହ୍ୟା ମିଳିବା ଏକ ହାସ୍ୟାସ୍ପଦ ଘଟଣା । ସେ ନିଜକୁ ନିଜେ ଏହି ଚାକିରୀ ଦେଇଛନ୍ତି ଯାହା ସେ ଚାହୁଁଥିଲେ । ଏହାକୁ କହନ୍ତି ରାଜନୀତିରେ ସପ୍ଟ ଲାଣ୍ଡିଂ । ଏହି ନିଯୁକ୍ତି ପରେ ଏହା ପ୍ରମାଣିତ ହୋଇଗଲା ଯେ, ସେ ରାଜ୍ୟର ପୁରା ଶାସନକୁ ନିଜ କବ୍ଜାକୁ ନେଇଗଲେ ।
ସାଂସଦ ଅପରାଜିତା ଆହୁରି କହିଛନ୍ତି, ବିଜେଡିର ନେତା ଏବଂ କାର୍ଯ୍ୟକର୍ତ୍ତାଙ୍କ ପାଇଁ ସେ ଖୁବ ଦୁଃଖିତ । ଏତେ ବର୍ଷ ଧରି ସେମାନେ ଦଳ ପାଇଁ ଖଟିଲେ । ଏପରି ସ୍ୱ ନିଯୁକ୍ତି ଦ୍ୱାରା ସେମାନଙ୍କ ପ୍ରତି ବହୁତ ବଡ ଅନ୍ୟାୟ ହୋଇଛି ବୋଲି କହିଛନ୍ତି ବିଜେପି ସାଂସଦ ।
BREAKING NEWS
- Pakistan Political Turmoil: ପାକିସ୍ତାନରେ ବଡ ହଲଚଲ! ଶାହବାଜଙ୍କ ହାତରୁ ଯିବ କ୍ଷମତା?
- ଭାରତରେ ଖୋଲିବ ୧୫ ବିଦେଶୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ !
- ନ୍ୟାସ୍ନାଲ୍ ଗ୍ରୀନ୍ ୟୁନିଭର୍ସିଟି ରାଙ୍କିଙ୍ଗ୍ ୨୦୨୬: ତୃତୀୟ ସ୍ଥାନରେ କିସ୍
- ନିକଟବର୍ତ୍ତୀ ଜଳାଶୟରେ କୁମ୍ଭୀର ଦେଖିଲେ ହେଲ୍ପଲାଇନରେ ସୂଚନା ଦେବାକୁ ବନ ବିଭାଗର ଅନୁରୋଧ
- Pradeep Rawat: ବଲିଉଡ୍ରୁ ସାଉଥ୍ ପର୍ଯ୍ୟନ୍ତ ଥିଲା ଦବଦବା; ‘ଗଜିନି’ର ଖଳନାୟକଙ୍କୁ ହରାଇଲା ସିନେ ଜଗତ, ଏହି ଓଡିଆ ସିନେମାରେ ବି ବେଶ୍ ସାଉଁଟିଥିଲେ ଭଲପାଇବା…
- Repo Rate: ରେପୋ ରେଟ୍ରେ ନାହିଁ କୌଣସି ପରିବର୍ତ୍ତନ, ୫.୨୫%ରେ ସ୍ଥିର ରଖିଲା RBI, EMIରେ ମିଳିଲାନି ଆଶ୍ୱସ୍ତି
- Heavy rain alert: ଆଜିଠୁ ବଢ଼ିବ ବର୍ଷା;ମୟୂରଭଞ୍ଜକୁ ଅରେଞ୍ଜ ୱାର୍ଣ୍ଣିଂ
- ‘ସୋଲାର ରଥ’ର ଶୁଭାରମ୍ଭ କଲେ ଜିଲ୍ଲାପାଳ; ସୌରଶକ୍ତି ବ୍ୟବହାରକୁ ପ୍ରୋତ୍ସାହନ
- ଗୋପାଳପୁର ଧବଳେଶ୍ୱର ମନ୍ଦିରରେ ରାଷ୍ଟ୍ରପତିଙ୍କ ଜଳାଭିଷେକ; ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଭୁବନେଶ୍ୱର ଫେରିବେ…
- ପୁରୀ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ: ୧୭୫ ଲୁଟେରା ଗିରଫ, ୩୦୪ ମୋବାଇଲ୍ ଜବତ
Comments are closed.