ରାୟଗଡା: ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଗୁଣପୁର ସାହାରା ପରିବାର ପରାମର୍ଶ କେନ୍ଦ୍ରକୁ ଗସ୍ତ କରିଛନ୍ତି ରାଜ୍ୟ ସମାଜ କଲ୍ୟାଣ ବୋର୍ଡ଼ ଅଧ୍ୟକ୍ଷା କଲ୍ୟାଣୀ ନାୟକ। ଏହି ଗସ୍ତ ସମୟରେ ସାହାରା ପରିବାର ପରାମର୍ଶ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମକୁ ସମୀକ୍ଷା କରିଛନ୍ତି। ବୋର୍ଡ଼ ଅଧ୍ୟକ୍ଷା କଲ୍ୟାଣୀ ନାୟକ ଏବଂ ରାୟଗଡା ଜିଲ୍ଲା ସମାଜ କଲ୍ୟାଣ ବିଭାଗର ଉପଖଣ୍ଡ ସୁରକ୍ଷା ଅଧିକାରୀ ଏଲ ସନ୍ତୋଷ କୁମାର ଯୁଗ୍ମ ଭାବେ ଏହି ସମୀକ୍ଷା କରିଥିଲେ।
ଏହି କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଏବଂ ବିଶେଷ କରି ଅସହାୟ ମହିଳାଙ୍କୁ ପ୍ରକୃତ ନ୍ୟାୟ ଦେଉଥିବାରୁ ଅନୁଷ୍ଠାନର ସଚିବ ପ୍ରମୋଦ କୁମାର ସାହୁଙ୍କୁ ପ୍ରଶଂସା କରିଥିଲେ। ଏହାସହ ପରାମର୍ଶଦାତ୍ରୀ ଜୟଶ୍ରୀ ମହାପାତ୍ରଙ୍କୁ ମଧ୍ୟ ପ୍ରଶଂସା କରାଯାଇଥିଲା। କଲ୍ୟାଣୀ ନାୟକ ଏହି ଅନୁଷ୍ଠାନର ସବ କମିଟି ଅଧକ୍ଷ ତଥା ଉପଜିଲ୍ଲାପାଳ ଲଳିତ କୁମାର କହଁର ଏବଂ କାର୍ଯ୍ୟକାରୀ ସଦସ୍ୟ ଡ଼କ୍ଟର ଚନ୍ଦ୍ର ପଣ୍ଡାଙ୍କୁ ସାକ୍ଷାତ କରି ଅନୁଷ୍ଠାନ ଉପରେ ଆଲୋଚନା କରିଥିଲେ।
ଖୁବ ଶୀଘ୍ର ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ମଧ୍ୟ ଦେଇଥିଲେ। ଏହି ଗସ୍ତ ସମୟରେ ସାହାରା ପରିବାର ପରାମର୍ଶ କେନ୍ଦ୍ରର ଦୁଇ ପରାମର୍ଶଦାତ୍ରୀ ଏବଂ ସମସ୍ତ କମିଟି ସଭ୍ୟ ଉପସ୍ଥିତ ଥିଲେ। କଲ୍ୟାଣୀ ନାୟକଙ୍କ ଦିନିକିଆ ଗସ୍ତ ଏବଂ ଯୁଗ୍ମ ସମୀକ୍ଷାରେ ଏହି ଅନୁଷ୍ଠାନ ଆଗକୁ ଲୋକଙ୍କ ସହାୟତା ଯୋଗାଇବ ବୋଲି ସୂଚନା ଦେଇଛନ୍ତି।
Comments are closed.