ନୂଆଦିଲ୍ଲୀ: ମନୀଷ ସିସୋଦିଆଙ୍କୁ ସୁପ୍ରିମକୋର୍ଟ ଝଟକା । ମିଳିଲାନି ଜାମିନ । ଜାମିନ ଆବେଦନୁ ଖାରଜ କରି ଦେଇଛନ୍ତି ସୁପ୍ରିମ କୋର୍ଟ। ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସଂପୃକ୍ତ ଦିଲ୍ଲୀର ପୂର୍ବତନ ଉପ ସିଏମ ମନୀଷ ସିସୋଦିଆଙ୍କ ମାମଲାର ବିଚାର କରି କୋର୍ଟ ତାଙ୍କୁ ଜାମିନ ଆବେଦନ ଖାରଜ କରି ଦେଇଛନ୍ତି । ଜଷ୍ଟିସ ସଞ୍ଜୀବ ଖନ୍ନା ଏବଂ ଜଷ୍ଟିସ ଏସବିଏନ ଭଟ୍ଟିଙ୍କ ବେଞ୍ଚ ଏହି ନିଷ୍ପତ୍ତି ଶୁଣାଇଛନ୍ତି ।
କୋର୍ଟ ଜାମିନ ଆବେଦନକୁ କୋର୍ଟ ଖାରଜ କରିବା ସହ ୬ରୁ ୮ମାସ ମଧ୍ୟରେ ଏହି ମାମଲାର ଶୁଣାଣି ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମନି ଲଣ୍ଡରିଂ ଆକ୍ଟ (PMLA) ଅଧୀନରେ ଥିବା ମାମଲାଗୁଡ଼ିକରେ ଧାରା ୪୫ ଅନୁଯାୟୀ ଜାମିନ ପ୍ରଦାନ କରାଯାଇଛି ।
ସୂଚନାଥାଉ କି, ସୁପ୍ରିମକୋର୍ଟ ଅକ୍ଟୋବର ୧୭ ତାରିଖରେ ଏହି ମାମଲାର ବିଚାର କରି ରାୟ ସଂରକ୍ଷିତ ରଖିଥିଲେ । ଆଠ ମାସ ତଳେ ଅର୍ଥାତ ୨୦୨୩ ଫେବ୍ରୁଆାରୀ ୨୬ ତାରିଖରେ ସିବିଆଇ ସିସୋଦିଙ୍କୁ ଗିରଫ କରିଥିଲା । ସିସୋଦିଆଙ୍କ ଓକିଲ ତାଙ୍କ ଦଲିଲରେ କହିଥିଲେ, ସିସୋଦିଆଢ଼୍କର ଏହି ମାମଲାରେ ସିଧାସଳଖ ସମ୍ପର୍କ ଥିବାର କୌଣସି ସାକ୍ଷୀ ପ୍ରମାଣ ନାହିଁ ।
ଏଠି କହିରଖିବୁ, ପୂର୍ବରୁ ମଦ ନୀତି ସ୍କାମ୍ ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମ୍ପତ୍ତି ଗତ ଜୁଲାଇ ୭ ତାରିଖରେ ଆଟାଚ୍ କରିଥିଲା ଇଡି । ସିସୋଦିଆଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ୫୨ କୋଟିର ସମ୍ପତ୍ତି ବି ଆଟାଚ୍ କରିଥିଲା । ସିସୋଦିଆ ଓ ତାଙ୍କ ପତ୍ନୀ ସୀମାଙ୍କ ୨ଟି ବିଲ୍ଡିଂ ଆଟାଚ ହୋଇଥିବା ବେଳେ ଉଭୟଙ୍କ ୧୧ ଲକ୍ଷର ବ୍ୟାଙ୍କ ଜମା ମଧ୍ୟ ସିଜ୍ କରାଯାଇଥିଲା ।
BREAKING NEWS
- ସମ୍ମାନିତ ହେଲେ ଉଦୀୟମାନ ବାସ୍କେଟବଲ ଖେଳାଳି
- Ex-BJD MLA Pravat Biswal:ବିଜେପିକୁ ଟାର୍ଗେଟ କଲା ବିଜେଡି;ଚିଟଫଣ୍ଡ ଅଭିଯୁକ୍ତଙ୍କୁ ନିଜ ଦଳରେ ସାମିଲ କରିଛି
- ବାହାଘର ଭୋଜି ଖାଇ ୫୦ରୁ ଊର୍ଦ୍ଧ୍ୱ ଅସୁସ୍ଥ, ଫୁଡ୍ ପଏଜନିଂ ହୋଇଥିବା ସନ୍ଦେହ
- ସର୍ବକ୍ଷମା ଯୋଜନା ୨୦୨୬ ଆରମ୍ଭ, ଆବେଦନ ପାଇଁ ସୂଚନା ଦେଲା ଇପିଏଫଓ
- ବାଇକକୁ ଘୋଷାଡି ନେଲା ଟ୍ରକ; ବାପାଙ୍କ ସହ ଚାଲିଗଲା ୨ ପୁଅଙ୍କ ଜୀବନ
- ତାମିଲନାଡ଼ୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ମରଶରୀର ଆଣିବା ପାଇଁ ପ୍ରଶାସନର ସହାୟତା ଲୋଡିଲେ…
- ଇଂଲଣ୍ଡ କୋଚ ପଦରୁ ହଟିଲେ ମ୍ୟାକକୁଲାମ
- ୨୪ ବର୍ଷ ବହୁ ପରିଶ୍ରମ କରିଛି, ବଣିଆ ହୋଇ ଖାଣ୍ଟି ସୁନାକୁ ଚିହିଁଲେ ନାହିଁ: ପ୍ରଭାତ ବିଶ୍ବାଳ
- ପ୍ରଭାତ ବିଶ୍ବାଳ ବିଜେପିରେ ମିଶିବା ପରେ ବିଜେଡିକୁ କଡା ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ
- ଦିନିକିଆ ସିରିଜ ପୂର୍ବରୁ ଗିଲଙ୍କୁ ବ୍ୟାଟିଂ ଟିପ୍ସ ଦେଲେ କୋହଲି
Comments are closed.