ନୂଆଦିଲ୍ଲୀ: କେସ୍ ଫର କୋରି ମାମଲାରେ ଫସିଲେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ର । ଇତିମଧ୍ୟରେ ମହୁଆଙ୍କ କାରନାମାର ବଡ ଖୁଲାସା ହୋଇଛି । ଏହି ଖୁଲାସା ନିଜେ କରିଛନ୍ତି ମହୁଆ । ବିଜେପି ସାଂସଦ ନିଶିକାନ୍ତ ଦୁବେ ଅଭିଯୋଗକୁ ସେ ଖାରଜ କରିଛନ୍ତି, ତେବେ ଏକଥା ମାନିଛନ୍ତି ଯେ ସେ ନିଜ ଲୋକସଭା ଆଇଡିର ଲଗଇନ, ପାସୱାର୍ଡ ବ୍ୟବସାୟୀ ଦର୍ଶନ ହୀରାନ୍ଦାନୀଙ୍କୁ ଶେୟାର କରିଥିଲେ । ମହୁଆ ଏକଥା ମଧ୍ୟ ସ୍ୱୀକାର କରିଛନ୍ତି ଯେ, ସେ ହୀରାନନ୍ଦାନୀଙ୍କଠାରୁ କିଛି ଉପହାର ମଧ୍ୟ ନେଇଥିଲେ ।
ଜାତୀୟ ଗଣମାଧ୍ୟମକୁ ଏକ ସାକ୍ଷାତ ଦେଇ ମହୁଆ କହିଛନ୍ତି, ସେ ଦର୍ଶନ ହୀରାନନ୍ଦାନୀଙ୍କଠାରୁ କିଛି ଉପହାର ଗ୍ରହଣ କରିଥିଲେ । ଯେମିତିକି ଗୋଟିଏ ସ୍କାର୍ଫ, ଲିପଷ୍ଟିକ, ମେକଅପ ସାମଗ୍ରୀ, ମୁମ୍ବାଇ ଯିବା ପାଇଁ ଏକ କାର ଏବଂ ଡ୍ରାଇଭର ମଧ୍ୟ ଏଥିରେ ସାମିଲ ରହିଛି । ସେ ଏକଥା ମଧ୍ୟ କହିଛନ୍ତି, ମେକଅପ ସାମଗ୍ରୀ ହୀରାନନ୍ଦାନୀ ଦୁବାଇରୁ ଡ୍ୟୁଟି ଫ୍ରି ଷ୍ଟୋରରୁ ନେଇଥିଲେ । ତେବେ ବଙ୍ଗଳା ରେନୋଭେସନ ପାଇଁ ନେଇଥିବା ଟଙ୍କା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ଯେଉଁ ସରକାରୀ ବାସଭବନ ଦିଆଯାଇଥିଲା ତାହା ବହୁତ ପୁରୁଣା ଥିଲା । ତେଣୁ ଏହାର ରି-ଡିଜାଇନ କରିବା ପାଇଁ ହୀରାନନ୍ଦାନୀଙ୍କ ଆର୍କିଟେକୁ ଡାକିବ ପାଇଁ କହିଥିଲେ ।
ମହୁଆ ଏକଥା ବି କହିଛନ୍ତି, ‘ପ୍ରତି ସେଶନ ପୂର୍ବରୁ ଆମକୁ ପ୍ରଶ୍ନ ଜମା କରିବା ପାଇଁ କୁହାଯାଇଥାଏ । ମୁଁ ନିଜେ ଟାଇପ କରି ସବମିଟ କରିପାରିଥାନ୍ତି । ହେଲେ ମୋ ପାଖରେ ମୋର ନିର୍ବାଚନ କ୍ଷେତ୍ର ରହିଛି । ତେଣୁ ସମୟର ଅଭାବ ଯୋଗୁ ଦର୍ଶନଙ୍କ ଅଫିସର କୌଣସି ବ୍ୟକ୍ତିଙ୍କ ସହାୟତାରେ ପ୍ରଶ୍ନ ଟାଇପ କରିବା ପାଇଁ ଦେଇଥିଲେ ।’
BREAKING NEWS
- ୟୁକ୍ରେନ ଯୁଦ୍ଧ: ବିଦେଶୀ ସୈନ୍ୟଙ୍କୁ ୧୬ ଲକ୍ଷ ଟଙ୍କାର ଅଫର୍ ଦେଲା ଋଷ
- ଆତ୍ମ ସମର୍ପଣ କଲେ ତରୁଣ ତେଜପାଲ
- ମୋହିତ ସୁରିଙ୍କ ସହିତ ହାତ ମିଳାଇଲେ ରାମ ଗୋପାଳ ବର୍ମା: ବଡ଼ ପରଦାରେ ଆସିବ ଫିଲ୍ମ ‘ଧୁରନ୍ଧର’ଠୁ ବଡ଼ ଆକ୍ସନ୍ ଫିଲ୍ମ
- ବଜାରକୁ ଆସିବ ଓମଫେଡର ଆଇସକ୍ରିମ୍ ଓ ପାଣି; ସୂଚନା ଦେଲେ ମନ୍ତ୍ରୀ
- ଓରାଙ୍ଗଉଟାନକୁ ଜ୍ୱର, ଆଲର୍ଟରେ ରହିଛି ଡାକ୍ତରୀ ଟିମ୍
- ବର୍ଷା ଦିନେ କାର୍ ଭିତରୁ ବାହାରୁଛି କି ଗନ୍ଧ? ପୁରୁଣା ଖବରକାଗଜର ଏହି ସହଜ ଟ୍ରିକ୍ ବଞ୍ଚାଇବ ହଜାର ହଜାର ଟଙ୍କା
- ବ୍ୟକ୍ତିଗତ ଶତ୍ରୁତା ସାଧିବା ପାଇଁ ହାଇକୋର୍ଟରେ ପିଆଇଏଲ୍ ! ୫୦ ହଜାର ଜୋରିମାନା ସହ ଆବେଦନ ଖାରଜ କଲେ ବିଚାରପତି
- ଶୋଇଥିବା ବେଳେ ଜଳିଗଲେ ବ୍ୟକ୍ତି, ଅଳ୍ପକେ ବର୍ତ୍ତିଲେ ପୁଅ
- ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ହେୟାର ଷ୍ଟାଇଲ ଓ ମେକ ଅପ୍ ବାବଦରେ ଖର୍ଚ୍ଚ ହେଲା ୪.୪୯ କୋଟି ଟଙ୍କା
- ପ୍ରଖର ସ୍ରୋତରେ ଭାସିଗଲେ ସ୍ୱାମୀ, ଗ୍ରାମବାସୀଙ୍କ ଉଦ୍ୟମରୁ ବଞ୍ଚିଗଲେ ପତ୍ନୀ

Comments are closed.