Latest Odisha News

 ଆସନ୍ତା ମାସରୁ ଗଡିବ ଦେଶର ପ୍ରଥମ ବେସରକାରୀ ଟ୍ରେନ, ଜାଣନ୍ତୁ କେତେ ରହିବ ଏହାର ଭଡା


ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ମାସ ୪ ତାରିଖରେ ଗାଡିବ ଦେଶର ପ୍ରଥମ ବେସରକାରୀ ଟ୍ରେନ । ଦିଲ୍ଲୀରୁ ଲକ୍ଷ୍ନୌ ମଧ୍ୟରେ ଚାଲିବାକୁ ଥିବା ଏହି ଟ୍ରେନର ନାମ ତେଜସ୍ ଏକ୍ସପ୍ରେସ୍ ରଖାଯାଇଛି।

ଗାଜିଆବାଦ ଏବଂ କାନପୁର ଏହି ଦୁଇଟି ଷ୍ଟେସନରେ ରହିବାକୁ ଥିବା ତେଜସ୍ ଏକ୍ସପ୍ରେସ୍ ର ସମ୍ପୁର୍ଣ୍ଣ ସଂଚାଳନ ବେସରକାରୀ କମ୍ପାନୀ ‘ଆଇଆରସିଟିସି’ ହାତରେ ରହିବ । କେବଳ ମଙ୍ଗଳବାରକୁ ଛାଡିଦେଲେ ବାକି ଅନ୍ୟ ଦିନରେ ତେଜସରେ ଲୋକେ ଯାତ୍ରା କରିପାରିବେ । ଏହି ଟ୍ରେନରେ ୨ ଠି ଏସି ଚେୟାର୍ କାର୍ ଏବଂ ଏକ୍ସେକ୍ୟୁଟିଭ୍ ଚେୟାର୍ କାର୍ , ୨ ପ୍ରକାରର ବଗି ରହିଛି ।

ତେବେ ଏହା ଦେଶର ପ୍ରଥମ ବେସରକାରୀ ଟ୍ରେନ ହୋଇଥିବାରୁ ଏହାର ଭଡ଼ା କେତେ ରହିବ, ସେନେଇ ସମସ୍ତଙ୍କ ମନରେ ଉତ୍ସାହ ଦେଖାଦେଇଥିଲା ।ଲୋକଙ୍କ ଏହି ଅପେକ୍ଷାର ଅନ୍ତ ଘଟାଇ ତେଜସ ଟ୍ରେନର ଭଡ଼ା ତାଲିକା ପ୍ରକାଶ ପାଇଛି ।

ଲକ୍ଷ୍ନୌ ରୁ ଦିଲ୍ଲୀ :

ଏସି ଚେୟାର୍ କାର୍ : ୧,୧୨୫ ଟଙ୍କା

(ବେସ୍ ଫେୟର୍ ) ୮୯୫ + ୪୫ (ଜିଏସଟି) + ₹ ୧୮୫ (କ୍ୟାଟରିଙ୍ଗ୍ ଚାର୍ଜ )

ଏକ୍ସେକ୍ୟୁଟିଭ୍ ଚେୟାର୍ କାର୍ :

୨, ୩୧୦ ଟଙ୍କା (ବେସ୍ ଫେୟର୍ ) ୧,୯୬୬ + ୯୯ (ଜିଏସଟି) + ୨୪୫ (କ୍ୟାଟରିଙ୍ଗ୍ ଚାର୍ଜ )

ଲକ୍ଷ୍ନୌ ରୁ ଦିଲ୍ଲୀ :

ଏସି ଚେୟାର୍ କାର୍ : ୧,୨୮୦ ଟଙ୍କା

(ବେସ୍ ଫେୟର୍) ୮୯୫ + ୪୫ (ଜିଏସଟି) + ୩୪୦ (କ୍ୟାଟରିଙ୍ଗ୍ ଚାର୍ଜ )

ଏକ୍ସେକ୍ୟୁଟିଭ୍ ଚେୟାର୍ କାର୍ : ୨, ୪୫୦ ଟଙ୍କା (ବେସ୍ ଫେୟର୍) ୧,୯୬୬ + ୯୯ (ଜିଏସଟି) + ୩୮୫ (କ୍ୟାଟରିଙ୍ଗ୍ ଚାର୍ଜ )

ଲକ୍ଷ୍ନୌ ରୁ କାନପୁର :

ଏସି ଚେୟାର୍ କାର୍ : ୩୨୦ ଟଙ୍କା
(ବେସ୍ ଫେୟର୍ ) ୨୮୫ + ୧୫ (ଜିଏସଟି) + ୨୦ (କ୍ୟାଟରିଙ୍ଗ୍ ଚାର୍ଜ )

ଏକ୍ସେକ୍ୟୁଟିଭ୍ ଚେୟାର୍ କାର୍ : ୬୩୦ ଟଙ୍କା

(ବେସ୍ ଫେୟର୍) ୫୭୧ + ୨୯ (ଜିଏସଟି) + ୩୦ (କ୍ୟାଟରିଙ୍ଗ୍ ଚାର୍ଜ )

ଲକ୍ଷ୍ନୌ ରୁ ଗାଜିଆବାଦ :

ଏସି ଚେୟାର୍ କାର୍ : ୧,୧୨୫ ଟଙ୍କା

(ବେସ୍ ଫେୟର) ୮୯୫ + ୪୫ (ଜିଏସଟି) + ୧୮୫ (କ୍ୟାଟରିଙ୍ଗ୍ ଚାର୍ଜ )

ଏକ୍ସେକ୍ୟୁଟିଭ୍ ଚେୟାର୍ କାର୍ : ୨,୩୧୦ ଟଙ୍କା (ବେସ୍ ଫେୟର୍) ୮୯୫ + ୯୯ (ଜିଏସଟି )+ ୨୪୫ (କ୍ୟାଟରିଙ୍ଗ୍ ଚାର୍ଜ)

ଦିଲ୍ଲୀ ରୁ କାନପୁର :

ଏସି ଚେୟାର୍ କାର୍ : ୧,୧୫୫ ଟଙ୍କା

(ବେସ୍ ଫେୟର୍) ୭୭୬ + ୩୯ (ଜିଏସଟି )+ ୩୪ (କ୍ୟାଟରିଙ୍ଗ୍ ଚାର୍ଜ )

ଏକ୍ସେକ୍ୟୁଟିଭ୍ ଚେୟାର୍ କାର୍ : ୨,୧୫୫ ଟଙ୍କା

(ବେସ୍ ଫେୟର୍) ୧,୬୮୫ + ୮୫ (ଜିଏସଟି) + ୩୮୫ (କ୍ୟାଟରିଙ୍ଗ୍ ଚାର୍ଜ)

ଦିଲ୍ଲୀ–ଲକ୍ଷ୍ନୌ ପରେ ନଭେମ୍ବରରେ ତେଜସ ଅହମ୍ମଦାବାଦରୁ ମୁମ୍ବାଇ ପର୍ଯ୍ୟନ୍ତ ଯାତ୍ରା କରିବା ନେଇ ସୂଚନା ମିଳିଛି।

Comments are closed.