Latest Odisha News

BREAKING NEWS

ସର୍ପାଘାତରେ ଆଉ ୩ ଜଣଙ୍କ ମୃତ୍ୟୁ

କନ୍ଧମାଳ: ରାଜ୍ୟର ଭିନ୍ନଭିନ୍ନ ସ୍ଥାନରେ ମଙ୍ଗଳବାର ଦିନ ସର୍ପାଘାତରେ ପ୍ରାୟ ୩ ଜଣଙ୍କର ଅକାଳ ବିୟୋଗ ଘଟିଛି ।

ମିଳିଥିବା ସୂଚନାନୁଯାୟୀ କନ୍ଧମାଳ ଜିଲ୍ଲାର ଏକ ଗ୍ରାମରେ ସାପ କାମୁଡାରେ ଜଣେ ମା’ ଓ ପୁଅଙ୍କର ମୃତ୍ୟୁ ଘଟିଛି । ମୃତକମାନେ ହେଲେ ରାଜଲକ୍ଷ୍ମୀ ଓ ତାଙ୍କ ପୁଅ ଆଦିତ୍ୟ । ଆଦିତ୍ୟ ତୃତୀୟ ଶ୍ରେଣୀରେ ପଢୁଥିବାବେଳେ ସେମାନେ କେ ନୂଆଗାଁ ବ୍ଲକର ତାପରା ଗ୍ରାମର ବାସନ୍ଦା ବୋଲି ଜଣାପଡିଛି ।

ଆହୁରି ମଧ୍ୟ ସୋମବାର ବିଳମ୍ବିତ ରାତିରେ ରାଜଲକ୍ଷ୍ମୀ ଓ ତାଙ୍କ ପୁଅ ଆଦିତ୍ୟ ଘରେ ଶୋଇଥିବା ବେଳେ ଦୁର୍ଭାଗ୍ୟବଶତଃ ସେମାନଙ୍କୁ ସାପ କାମୁଡିଥିଲା । ଘଟଣାସ୍ଥଳରେ ହିଁ ଶିଶୁଟିର ମୃତ୍ୟୁ ଘଟିଥିବା ବେଳେ କେ ନୂଆଗାଁ ହସ୍ପିଟାଲରେ ଚିକିତ୍ସାଧିନ ରାଜଲକ୍ଷ୍ମୀଙ୍କର ମୃତ୍ୟୁ ଘଟିଥିଲା ।

ସେହିପରି ବାଲେଶ୍ୱର ଜିଲ୍ଲାର ସୋର ବ୍ଲକ୍ ସ୍ଥିତ ଗଜମ୍ବା ଗ୍ରାମରେ ଜଣେ ଯୁବକ ଶୋଇଥିବା ବେଳେ ସୋମବାର ବିଳମ୍ବିତ ରାତିରେ ସର୍ପାଘାତରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୁତ୍ରରୁ ପ୍ରକାଶ ।

ସୂଚନାଯୋଗ୍ୟ, ଗତକାଲି ମଧ୍ୟ ସର୍ପାଘାତ ଯୋଗୁଁ ଅନୁଗୁଳ, କେନ୍ଦୁଝର ଏବଂ ଗଞ୍ଜାମ ଜିଲ୍ଲାରେ ୬ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା ।

ବିଷାକ୍ତ ସାପ କାମୁଡ଼ିବା ଯୋଗୁଁ ଅନୁଗୁଳ ଜିଲ୍ଲା ବେଣ୍ଟପୁର ଗ୍ରାମର ଦୁଇ ଭଉଣୀ ସୁଜାତା ସାହୁ (୧୧) ଏବଂ ରୋଜାଲିନ୍ ସାହୁ (୧୩)ଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ଦୁଇ ଭଉଣୀ ଶୋଇଥିବା ସମୟରେ ସାପ କାମୁଡ଼ିଦେଇ ଚାଲିଯାଇଥିଲା । ପରିବାର ଲୋକେ ତୁରନ୍ତ ସେମାନଙ୍କୁ ଚିକିତ୍ସା ନିମନ୍ତେ କଟକ ଏସସିବି ମେଡ଼ିକାଲ୍ ନେଇଥିଲେ ମଧ୍ୟ ସେମାନଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।

ସେହିପରି ଗଞ୍ଜାମ ଜିଲ୍ଲାର କୋଦଳା ବ୍ଳକ ଅନ୍ତର୍ଗତ ନୂଆପାଲ୍ଲୀ ଗ୍ରାମରେ ଜଣେ ମହିଳା ଏବଂ ତାଙ୍କର ଶିଶୁ ପୁତ୍ରକୁ ସାପ କାମୁଡ଼ିବା ଯୋଗୁଁ ଦୁହିଁଙ୍କର ମୃତ୍ୟୁ ଘଟିଛି । ପିଲାଟିକୁ ବ୍ରହ୍ମପୁର ଏମକେସିଜି ହସ୍ପିଟାଲ୍ ଓ ମେଡ଼ିକାଲ୍ କଲେଜକୁ ଚିକିତ୍ସା କରିବାକୁ ନେବା ବାଟରେ ତା’ର ମୃତ୍ୟୁ ଘଟିଥିବା ବେଳେ, ଚିକିତ୍ସାଧିନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ଘଟିଛି ।

ଏହାବ୍ୟତୀତ କବିସୂର‌୍ୟ୍ୟନଗରରେ ଜଣେ ଯୁବକଙ୍କୁ ସାପ କାମୁଡ଼ିଦେବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଅନ୍ତର୍ଗତ ତଳପଦା ପଞ୍ଚାୟତର ଗୁରୁମା ଗ୍ରାମରେ ଧରିତ୍ରୀ ପାତ୍ର ନାମ୍ନୀ ଜନୈକା ମହିଳାଙ୍କର ସର୍ପାଘାତରେ ମୃତ୍ୟୁ ହୋଇଥିଲା ।

ଉଲ୍ଲେଖଯୋଗ୍ୟ, ସରକାରୀ ପରିସଂଖ୍ୟାନ ଅନୁଯାୟୀ ଗତ ୪ ମାସ ମଧ୍ୟରେ ରାଜ୍ୟରେ ସର୍ପାଘାତ ଯୋଗୁଁ ପ୍ରାୟ ୨୩୭ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।ସର୍ପାଘାତରେ ଆଉ ୩ ଜଣଙ୍କ ମୃତ୍ୟୁ

ଉଲ୍ଲେଖଯୋଗ୍ୟ, ସରକାରୀ ପରିସଂଖ୍ୟାନ ଅନୁଯାୟୀ ଗତ ୪ ମାସ ମଧ୍ୟରେ ରାଜ୍ୟରେ ସର୍ପାଘାତ ଯୋଗୁଁ ପ୍ରାୟ ୨୩୭ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

Leave A Reply

Your email address will not be published.