Latest Odisha News

BREAKING NEWS

ଶରଣାର୍ଥୀଙ୍କୁ ଜୋର ଜବରଦସ୍ତ ଆଫଗାନିସ୍ତାନ ପଠାଇବା ନେଇ ପାକିସ୍ତାନ-ତାଲିବାନ ମୁହାଁ ମୁହିଁ

ଇସଲାମବାଦ: ପାକିସ୍ତାନ ଓ ତାଲିବାନ ପୁନର୍ବାର ମୁହାଁମୁହିଁ ହୋଇଛନ୍ତି । ପାକିସ୍ତାନରେ ରହୁଥିବା ୧୭ ଲକ୍ଷ ଆଫଗାନ ଶରଣାର୍ଥୀଙ୍କୁ ଜୋର ଜବରଦସ୍ତ ପଠାଇବା ନେଇ ଏହି ବିବାଦ ସୃଷ୍ଟି ହୋଇଛି । ଇତି ମଧ୍ୟରେ ୧୪୩, ୧୩୫ ଜଣଙ୍କୁ ପାକିସ୍ତାନ ସରକାର ଆଫଗାନିସ୍ତାନ ପଠାଇ ସାରିଛନ୍ତି । ଅନ୍ୟ ଯେଉଁମାନେ ଯିବାକୁ ଚାହୁଁ ନାହାନ୍ତି ସେମାନଙ୍କ ଘର ଭାଙ୍ଗିବା ସହ କିପରି ଆଫଗାନିସ୍ତାନ ପଳାଇ ଯିବେ ସେଥିପାଇଁ ପାକିସ୍ତାନ ଉଦ୍ୟମ କରୁଛି । ଆଫଗାନୀଙ୍କୁ ରୋହିଙ୍ଗ୍ୟାଙ୍କ ପରି ବ୍ୟବହାର କରିବା ନେଇ ତାଲିବାନ ପ୍ରତିକ୍ରିୟା ବ୍ୟକ୍ତ କରିଛି । ସଂଯୁକ୍ତ ରାଷ୍ଟ୍ରଠାରୁ ଆରମ୍ଭ କରି ଅନ୍ୟ ୟୁରୋପୀୟ ଦେଶଗୁଡିକ ମଧ୍ୟ ପାକିସ୍ତାନର ଏ ଭଳି ପଦକ୍ଷେପକୁ ନିନ୍ଦା କରିଛନ୍ତି । ଟିଟିପି ପକ୍ଷରୁ କରାଯାଉଥିବା ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନ ଅସ୍ତବ୍ୟସ୍ତ ହୋଇ ପଡିଲାଣି । ଏହି ରାଗ ଶୁଝାଇବା ପାଇର୍ ଏ ଭଳି ପଦକ୍ଷେପ ନେଉଥିବା ଜଣାପଡିଛି ।

ଅପରପକ୍ଷରେ ଆଫଗାନିସ୍ତାନର ଆର୍ଥୀକ ସ୍ଥିତି ଭଲ ନ ଥିବାରୁ ଏତେଗୁଡିଏ ଶରଣାର୍ଥୀଙ୍କୁ ପୋଷିବା ସେମାନଙ୍କୁ ଅସୁବିଧାରେ ପକାଇପାରେ । ପାକିସ୍ତାନ ଏହା ମାଧ୍ୟମରେ ଆଫଗାନିସ୍ତାନରେ କ୍ଷମତାରେ ଥିବା ତାଲିବାନକୁ ଚାପରେ ପକାଇ ପାରିବ । ଏହା ପରେ ଟିଟିପି ବିପକ୍ଷରେ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ତାଲିବାନୀ ସରକାର ବାଧ୍ୟ ହେବ । ତେବେ ଏହି ରଣନୀତି ଯଦି ଭୁଲ ବାଟରେ ଯାଏ ତାହାହେଲେ ଉଭୟ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଅଶାନ୍ତି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।

Comments are closed.