ନୂଆଦିଲ୍ଲୀ : ସାଧାରଣତଃ କିଛି ଲୋକ ଦହି ଖାଇବାକୁ ଭଲ ପାଆନ୍ତି । ଦହିକୁ ଆମେ ଖାଇବା ସହ ରୂପଚର୍ଯ୍ୟାରେ ମଧ୍ୟ ବ୍ୟବହାର କରିଥାଉ । ତେବେ ଆସନ୍ତୁ ଜାଣିବା ଦହି ଆମ ସ୍ବାସ୍ଥ୍ୟପାଇଁ କେତେ ଉପଯୋଗୀ । ଦହି ଖାଇବା ଦ୍ୱାରା ଗ୍ୟାସ୍ ପରି ସମସ୍ୟା ହୋଇ ନ ଥାଏ। ଏହା ପାଚନ କ୍ରିୟାକୁ ମଧ୍ୟ ତ୍ବରିତ କରିଥାଏ । ଦହିରେ ପ୍ରୋଟିନ, କ୍ୟାଲସିୟମ ସହ ଭିଟାମିନ୍ ବି ୬ ଓ ବି ୧୨ ରହିଛି।
ଯାହାକି ସ୍ୱାସ୍ଥ୍ୟ ଲାଗି ଖୁବ୍ ଫଳପ୍ରଦ। ପ୍ରତିଦିନ ଦହି ଖାଇଲେ ପେଟ ଥଣ୍ଡା ରହିଥାଏ । ତେଣୁ ସମସ୍ତ ପ୍ରକାର ପେଟ ସମସ୍ୟାରୁ ମୁକ୍ତି ମିଳିଥାଏ । ଦହି ଖାଇବା ଦ୍ବାରା ଶରୀରରେ ହାଡ ମଧ୍ୟ ମଜବୁତ୍ ହୋଇଥାଏ । ଦାନ୍ତ ଏବଂ ନଖକୁ ମଧ୍ୟ ଶକ୍ତ ରଖେ ଦହି । ଦହି ତ୍ୱଚା ଏବଂ କେଶ ଲାଗି ମଧ୍ୟ ଖୁବ୍ ଲାଭଦାୟକ ହୋଇଥାଏ। ଦହିରେ ବେସନ ମିଶାଇ ଲଗାଇଲେ ତ୍ୱଚା କୋମଳ ଓ ଉଜ୍ଜ୍ୱଳ ଦେଖାଯାଇଥାଏ। କେଶରେ ଦହି ଲଗାଇବା ଦ୍ବାରା ରୂପି ସମସ୍ୟା ମଧ୍ୟ ଦୂର ହୁଏ ।
Comments are closed.