Latest Odisha News

କ୍ଷୀର ପିଇବା ବୟସରେ ସିଗାରେଟ୍ ପିଉଛନ୍ତି କୁନି ଶିଶୁ

ଇଣ୍ଡୋନେସିଆ : ସିଗାରେଟ୍ ଟାଣିବା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ । ଏ କଥା ସିଗାରେଟ୍ ପ୍ୟାକେଟ୍‌ରେ ମଧ୍ୟ ଲେଖାଯାଇଛି । ଲୋକମାନେ ଏହାକୁ ଦେଖି ମଧ୍ୟ ଅଣଦେଖା କରନ୍ତି । ଯୁବକମାନଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ଅଧିକାଂଶ ଲୋକ ସିଗାରେଟ୍ ଟାଣୁଥିବାର ଦେଖିଥିବେ ନିଶ୍ଚିତ । ହେଲେ ଏବେ ସିଗାରେଟ୍‌କୁ ନେଇ ଏମିତି ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଗୋଟେ କୁନି ଶିଶୁ ଯେଉଁ ବୟସରେ କ୍ଷୀର ପିଇବା କଥା, ସେ ସେହି ବୟସରେ ସିଗାରେଟ୍ ଟାଣି ଧୂଆଁ ଛାଡୁଛି ।

ଇଣ୍ଡୋନେସିଆର ସୁମାତ୍ରାରେ ରୁହନ୍ତି ଆରଡି ରିଜଲ । ଏବେ ତାଙ୍କର ପିଲା ଦିନର ଫଟୋ ଖୁବ୍ ଭାଇରାଲ ହେଉଛି । କାରଣ ତାଙ୍କୁ ଯେତେବେଳେ ୧୮ ମାସ ବୟସ ହୋଇଥିଲା ସେତେବେଳେ ଆରଡି ରିଜଲ ଧୂମପାନରେ ଅଭ୍ୟସ୍ତ ହୋଇଥିଲେ । ପରେ ପ୍ରତ୍ୟେକ ଦିନ ୪୦ରୁ ଅଧିକ ସିଗାରେଟ୍ ଟାଣନ୍ତି । ଏପରିକି ସେ ଶୋଇବା ସମୟରେ, ବସିବା, ଉଠିବା ଏବଂ ଖେଳିବା ସମୟରେ ସିଗାରେଟ୍ ଟାଣିଥାନ୍ତି । ଏହାକୁ ନେଇ ସେ ଚର୍ଚ୍ଚାକୁ ଆସିଥିଲେ । ଆପଣ ଭାବୁଥିବେ କି ଏତେ ଛୋଟ ପିଲା କିପରି ସିଗାରେଟରେ ଅଭ୍ୟସ୍ତ ହୋଇପାରେ? ବାସ୍ତବରେ ଏହା ତାଙ୍କ ମାତାପିତାଙ୍କ ଭୂଲ । ଅଳ୍ପ ବୟସରେ ତାଙ୍କ ପିତା ଥଟ୍ଟାରେ ତାଙ୍କୁ ଧୂମପାନ କରିବାକୁ ସିଗାରେଟ୍ ଦେଇଥିଲେ । ସେ ଏପରି ଅନେକ ଥର ଦେଇଥିଲେ । ଧୀରେ ଧୀରେ ପିଲାଟି ଧୂମପାନରେ ଅଭ୍ୟସ୍ତ ହୋଇଗଲା । ସେ ଦିନକୁ ୪୦ଟି ସିଗାରେଟ୍ ଟାଣିଲେ । ଶେଷରେ ଇଣ୍ଡୋନେସିଆ ସରକାର ତାଙ୍କର ଦାୟିତ୍ୱ ନେଇଥିଲେ ।
ରିଜଲଙ୍କ ମା କୁହନ୍ତି, ଆରଡ଼ି ପାଇଁ ଧୂମପାନ ଛାଡ଼ିବା ସହଜ ନୁହେଁ । ଏହା ପୂର୍ବରୁ ଧୂମପାନ ଛାଡ଼ିବାକୁ ଯେତେ ଚେଷ୍ଟା କରିଛନ୍ତି , ସବୁଥିରେ ବିଫଳ ହୋଇଛନ୍ତି । ଜୋରଜବରଦସ୍ତ ସିଗାରେଟ୍ ବନ୍ଦ କରିଦେବାରୁ ସେ ନିଜକୁ କଷ୍ଟ ଦେବା ଆରମ୍ଭ କଲେ । ଶେଷରେ, ପିଲାକୁ ନିୟନ୍ତ୍ରଣ କରିବା ପାଇଁ, ଆମେ ତାଙ୍କୁ ସିଗାରେଟ ଦେବାକୁ ବାଧ୍ୟ ହେଲୁ । ଯେତେବେଳେ ସେ ଧୂମପାନ ଛାଡ଼ିଲେ ତାଙ୍କ ମୁଣ୍ଡ ଭାରି ହୋଇଗଲା ଏବଂ କ୍ରୋଧ ବଢ଼ିଲା । ତାଙ୍କର ଭୋକ ବଢ଼ିଲା ଏବଂ ସେ ଫାଷ୍ଟ୍‌ଫୁଡ୍ ବହୁତ ଖାଇବା ଆରମ୍ଭ କଲେ । ଫଳରେ ବହୁତ ମୋଟା ହୋଇଯାଇଛନ୍ତି ।

Comments are closed.