Latest Odisha News

ଚର୍ଚ୍ଚିତ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଡିପଫେକ୍‌ ଭିଡିଓ ଭାଇରାଲ ପରେ ଆଇଟି ମନ୍ତ୍ରୀଙ୍କ ଚେତାବନୀ

ମୁମ୍ବାଇ: ସେଲିବ୍ରିଟିଙ୍କ ଫଟୋ ପ୍ରତିଦିନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏବେ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଏକ ଡିପଫେକ୍ ଭିଡିଓ ଭାଇରାଲ ହେବା ପରେ ତାଙ୍କ ପ୍ରଶଂସକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହାସହ ଆଇଟି ମନ୍ତ୍ରୀ ମଧ୍ୟ କଡା ଚେତାବନୀ ଦେଇଛନ୍ତି। ସୂଚନା ଅନୁସାରେ ସୋସିଆଲ ମିଡିଆରେ ଅଭିନେତ୍ରୀ ରଶ୍ମିକାଙ୍କର ଏକ ନକଲି ଭିଡିଓ ଭାଇରାଲ ହୋଇଛି ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି।

ଭିଡିଓରେ ଜଣେ ମହିଳା ଲିଫ୍ଟରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି। ତେବେ ଏଆଇ ସାହାଯ୍ୟରେ ଏହାକୁ ରଶ୍ମିକା ଭଳି କରିବାକୁ ଚେଷ୍ଟା କରାଯାଇଛି। ବାସ୍ତବରେ ଶୁକ୍ରବାର ରଶ୍ମିକାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏଥିରେ ଦେଖିବାକୁ ମିଳିଥିଲା, ଅଭିନେତ୍ରୀ କଳା ରଙ୍ଗର ଡିପ୍‌ନେକ୍‌ର ଏକ ଟାଇଟ ଜିମ୍‌ ଡ୍ରେସ୍‌ ପିନ୍ଧି ଲିଫ୍ଟ ଭିତରକୁ ଆସିଥିଲେ। ରଶ୍ମିକାଙ୍କ ଏହି ବୋଲ୍ଡ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ମାତ୍ରେ ପ୍ରଶଂସକମାନେ ରାଗି ଯାଇଥିଲେ। ପ୍ରକୃତରେ ଭିଡିଓରେ ରଶ୍ମିକା ନୁହନ୍ତି ବରଂ ବ୍ରିଟିଶ-ଭାରତୀୟ ମହିଳା ଜରା ପଟେଲଙ୍କର।

ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ମାତ୍ରେ ଲୋକମାନେ ଏହାକୁ ଦେଖିବା ପରେ ରାଗି ଯାଇଥିଲେ। ଏକ୍ସରେ ଥିବା ଅନେକ ୟୁଜର୍ସ ସୂଚାଇ ଦେଇଛନ୍ତି ଯେ ଏହା ଏକ ଏଆଇ ଉତ୍ପାଦିତ ଭିଡିଓ ଏବଂ କ୍ଲିପ୍ ରେ ଦେଖାଯାଇଥିବା ମହିଳା ରଶ୍ମିକା ନୁହଁନ୍ତି। ଏହି ଭିଡିଓଟି ପ୍ରଥମେ ଜାରା ଦ୍ୱାରା ଅକ୍ଟୋବର ୯ ତାରିଖରେ ସେୟାର କରାଯାଇଥିଲା। ଏହାକୁ ଅପଲୋଡ୍ କରିଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ରଶ୍ମିକା।

ଅନ୍ୟପଟେ କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ସୋମବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏବଂ ଆଇଟି ନିୟମର ଆଇନଗତ ବାଧ୍ୟତାମୂଳକ ବିଷୟରେ ଉଲ୍ଲେଖ କରିଥିବା ବେଳେ ଅଭିନେତ୍ରୀଙ୍କୁ ନେଇ ଭାଇରାଲ ହୋଇଥିବା ଭିଡିଓକୁ ନେଇ ନିନ୍ଦା କରିଥିଲେ। କେବଳ ଏତିକି ନୁହେଁ, ରଶ୍ମିକାଙ୍କ ଏହି ଭିଡିଓ ପରେ ଅମିତାଭ ମଧ୍ୟ ରାଗିଛନ୍ତି। ବିଗ୍-ବି ଅମିତାଭ ବଚ୍ଚନ ମଧ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

Comments are closed.