Latest Odisha News

ନୟାଗଡ଼ ଚାଷୀ ଆତ୍ମହତ୍ୟା ଘଟଣାର ଅନୁଧ୍ୟାନ ପାଇଁ କମିଟି ଗଠନ

ଭୁବନେଶ୍ୱର: ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଜଙ୍କିଆ ପଞ୍ଚାୟତ ଅନ୍ତର୍ଗତ ଓସ୍ତପଡ଼ା ଗ୍ରାମର ଚାଷୀ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଘଟଣାର ଅନୁଧ୍ୟାନ କରିବା ପାଇଁ ପ୍ରଦେଶ କଂଗ୍ରେସ କମିଟି ଏକ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରିଛି। ପିସିସି ସଭାପତି ଶରତ ପଟ୍ଟନାୟକ, ପିସିସି ଉପସଭାପତି ବିଭୁତି ଭୂଷଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି ତଥ୍ୟ ଅନୁଧ୍ୟାନ କମିଟି ଗଠନ କରାଯାଇଛି।

ଏହି କମିଟିରେ ସଦସ୍ୟ ଭାବରେ ସର୍ବଶ୍ରୀ ଅମିୟ ପଟ୍ଟନାୟକ, ରଣଜିତ ଦାଶ, ସତ୍ୟବ୍ରତ ନାୟକ, ଧୃବଚରଣ ପରିଡ଼ା, ସସ୍ମିତା ଦାସ, ମନୋଜ ସାହୁ ଓ ହୁସେନ ଖାଁ ପ୍ରମୁଖ ରହିଛନ୍ତି। ଉକ୍ତ କମିଟି ଆସନ୍ତାକାଲି ଘଟଣାସ୍ଥଳ ଗସ୍ତକରି ମୃତକ ସାହୁଙ୍କ ପରିବାର ବର୍ଗଙ୍କୁ ଭେଟି ଘଟଣାର ଅନୁଧ୍ୟାନ କରିବେ। ଏହାସହ ସ୍ଥାନୀୟ ପ୍ରଶାସନ ସହ ଆଲୋଚନା କରି ଏକ ରିପୋର୍ଟ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟକୁ ପ୍ରଦାନ କରିବାକୁ ପିସିସି ସଭାପତି ନିର୍ଦ୍ଦେଶ ଦେଇଛନ୍ତି ବୋଲି ପିସିସି ବରିଷ୍ଠ ଉପସଭାପତି ଶିବାନନ୍ଦ ରାୟ ଜଣାଇଛନ୍ତି।

Comments are closed.