Latest Odisha News

BREAKING NEWS

୮ ଫୁଟ ଲମ୍ବର ଜୁକିନି , ରେକର୍ଡ଼ କରିବା ଆଶାରେ ଚାଷୀ

ଅଟାୱା: ଅଧିକାଂଶ ଚାଷୀ ବିଭିନ୍ନ ପ୍ରକାର ପନିପରିବା ଚାଷ କରିଥାନ୍ତି । ଫସଲ ଉତ୍ପାଦନ ଭଲ ହେଲେ ଚାଷୀ ଖୁସି ହୋଇଥାଏ । ହେଲେ ଏମିତି କିଛି ଚାଷୀ ବି ଅଛନ୍ତି, ଯେଉଁମାନେ ଭିନ୍ନ ଭିନ୍ନ ଶୈଳୀରେ ଚାଷ କରି ଚର୍ଚ୍ଚାକୁ ଆସିଥାନ୍ତି । ଏବେ କାନାଡ଼ାର ସେମିତି ଜଣେ ଚାଷୀ ନିଜ ଜମିରେ ଏକ ନିଆରା ପରିବା ଚାଷ କରି ଚର୍ଚ୍ଚାକୁ ଆସିଛନ୍ତି । ସେ ୮ ଫୁଟ୍ ଲମ୍ବର ଜୁକିନି ନାମକ ଏକ ପରିବା ଚାଷ କରିଛନ୍ତି । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

କାନାଡା ଓଣ୍ଟାରିଓର ହେନେରି ଡି’ ଆଞ୍ଜେଲା ନାମକ ଜଣେ ଚାଷୀ ନିକଟରେ ତାଙ୍କ କ୍ଷେତରେ ୮ ଫୁଟ, ୪.୭୯ ଇଞ୍ଜର ଜୁକିନି (ଆମେରିକା, ଅଷ୍ଟ୍ରେଲିଆ ଅଞ୍ଚଳରେ ହେଉଥିବା ଛଚିନ୍ଦ୍ରା ପରି ପରିବା) ଚାଷ କରିଛନ୍ତି । ହେନେରି ଜୁକିନିକୁ ଦୁନିଆର ସବୁଠୁ ବଡ଼ ସବୁଜ ପରିବା ଭାବେ ଗିନିଜ୍ ରେକର୍ଡରେ ଅନ୍ତର୍ଭୁକ୍ତ କରିବାକୁ ଆବେଦନ କରିଛନ୍ତି । ନାଏଗ୍ରା ଜଳପ୍ରପାତରୁ ୩୦ କି.ମି. ପଶ୍ଚିମରେ ଥିବା ଥୋରାଲ୍ଡ ସହରରେ ହେନେରି ୧୦ ବର୍ଷ ହେବ ଜୁକିନି ଚାଷ କରିବା ଆରମ୍ଭ କରିଥିଲେ ।

ତେବେ ଜୁକିନିର ଏପରି ଲମ୍ବ ନେଇ ସୂର୍ଯ୍ୟକିରଣ ଏବଂ ଉତ୍ତମ ସାର ଓ ପାଣି ବୋଲି ସେ କହିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ବଡ଼ ଜୁକିନି ସବୁଜ ପରିବା କରିଥିବା ରେକର୍ଡ ନାଏଗ୍ରା ଜଳପ୍ରପାତର ଜନ୍ ଜିଓଭାନି ସ୍କୋଜାଫାଭେନ୍‌ଙ୍କ ନାମରେ ଅଛି । ସେ ୨୦୧୪ରେ ୮ ଫୁଟ୍ ଏବଂ ୩.୩ ଇଞ୍ଜ ଲମ୍ବର ଜୁକିନି ଫଳାଇ ଏହି ରେକର୍ଡର ଅଧିକାରୀ ହୋଇଥିଲେ । ତେବେ ହେନେରି ଆଶା ରଖିଛନ୍ତି ତାଙ୍କ ଜୁକିନି ବିଶ୍ୱ ରେକର୍ଡରେ ସ୍ଥାନ ପାଇବ । ସେଥିପାଇଁ ସେ ଅପେକ୍ଷା କରିଛନ୍ତି ।

Comments are closed.