Latest Odisha News

ଭଦ୍ରକରେ ମିଳିଲା ବିରଳ ପ୍ରଜାତି ମାଛ, ଦାମ୍ ଜାଣିଲେ ଉଡିଯିବ ହୋସ୍

ଚାନ୍ଦବାଲି: ଓଡିଶା ଉପକୂଳବର୍ତ୍ତୀ ଧାମରା ପୋର୍ଟ ନିକଟ ଗଭୀର ସମୁଦ୍ର ମଧ୍ୟରୁ ଏକ ‘ହ୍ୱେଲ ସାର୍କ’ ମାଛ ଧରାଯାଇଛି । ଏହି ମାଛଟିକୁ ପ୍ରାୟ ୭ ଲକ୍ଷ ଟଙ୍କାରେ ନିଲାମ କରାଯାଇଥିବା ଜଣାପଡିଛି ।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଏହି ଦୁର୍ଲଭ ମାଛଟିର ଓଜନ ପାଖାପାଖି ୧ କୁଇଣ୍ଟାଲରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ଏହି ‘ହ୍ୱେଲ ସାର୍କ’ ମାଛକୁ ଚେନ୍ନାଇର ଜଣେ ବ୍ୟବସାୟୀ କିଣିଛନ୍ତି ।

ତେବେ ଧାମରାରେ କେବେବି ‘ହ୍ୱେଲ ସାର୍କ’ ମାଛ ଦେଖାଯାଇନଥିଲା । ପ୍ରଥମଥର ଲାଗି ଏତେ ବଡ ମାଛକୁ ଦେଖି ମତ୍ସଜୀବୀମାନେ ବେଶ ଉତ୍ସାହିତ ହୋଇଥିବା ନେଇ ପ୍ରକାଶ କରିଛନ୍ତି ।

ସାଧାରଣତଃ ଏହି ‘ହ୍ୱେଲ ସାର୍କ’ ଭାରତ ଓ ପ୍ରଶାନ୍ତ ମହାସାଗର ସମେତ ପାକିସ୍ତାନ, ବାଙ୍ଗଲାଦେଶ ଓ ଭାରତ ଉପକୂଳରେ ଦେଖାଯାଇଥାଏ ।

Comments are closed.