Latest Odisha News

BREAKING NEWS

ଡ୍ରଗ୍ ମାଫିଆ ଶେଖ୍ ରାଜାର ସମସ୍ତ ସମ୍ପତ୍ତି ବାଜ୍ୟାପ୍ତି କରିବ ଏସଟିଏଫ୍

ଭୁବନେଶ୍ୱର: ଓଡ଼ିଶା କ୍ରାଇମବ୍ରାଞ୍ଚର ସ୍ପେଶାଲ୍ ଟାସ୍କ ଫୋର୍ସ (ଏସଟିଏଫ) ଡ୍ରଗ୍ ମାଫିଆ ଶେଖ୍ ରାଜାର ସମସ୍ତ ଡ୍ରଗ୍ କାରବାର ସମ୍ପର୍କରେ ଛାନଭିନ୍ନ କରିବା ସହିତ ସମ୍ପତ୍ତି ବାଜ୍ୟାପ୍ତି କରିବାକୁ ଯୋଜନା କରୁଛି ।

ଗଣମାଧ୍ୟମକୁ ସୂଚନା ଦେଇ ଏସଟିଏଫ୍ ଏସପି ରାହୁଲ୍ ପି ଆର୍ କହିଛନ୍ତି, କୋଲକାତାର ଏସଟିଏଫ ସ୍ପେଶାଲ୍ ବ୍ରାଞ୍ଚକୁ ସ୍ଥାନୀୟ କ୍ରାଇମବ୍ରାଞ୍ଚ ଏସଟିଏଫ ସମ୍ପତ୍ତି ବାଜ୍ୟାପ୍ତି କରିବାକୁ ଲିଖିତ ଭାବେ ଜଣାଇଛନ୍ତି ।

ଏସମ୍ପର୍କରେ ଏସପି ଆହୁରିମଧ୍ୟ କହିଛନ୍ତି ଯେ, ରାଜାର ବାଲେଶ୍ୱରସ୍ଥିତ ବାସଭବନ ଚଢଉ କରିବା ସମୟରେ ଏହି ସମ୍ପତ୍ତିର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ହେବ ବୋଲି ସ୍ଥିର କରିଛନ୍ତି ।

ରାଜାର ଅନ୍ତର୍ଜାତୀୟ ଡ୍ରଗସ୍ କାରବାର ସମ୍ପର୍କରେ ଅଧିକ ତଥ୍ୟ ଆଦାୟ କରିବା ଲାଗି ଆଉ ଅଧିକ ୨ ଦିନ ରିମାଣ୍ଡରେ ରଖାଯାଇ ପଚରା ଉଚରା ଚାଲିଛି ବୋଲି ଏସପି କହିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୧୫ ତାରିଖରେ ଭୁବନେଶ୍ୱରରୁ ରାଜାକୁ ଗିରଫ କରାଯାଇଥିଲା । ଗିରଫ ହେବା ସମୟରେ ରାଜା ଠାରୁ ୭.୬୫ ଏମଏମ ବୋର୍ ପିସ୍ତଲ, ବୁଲେଟ, ୧ ଲକ୍ଷ ନଗଦ ଟଙ୍କା, ୬ଟି ମୋବାଇଲ୍ ଫୋନ ଏବଂ କିଛି ଏଟିଏମ କାର୍ଡ଼ ଜବତ ହୋଇଥିଲା ।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ରାଜା ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନକୁ ତାହାର ଗରାଖ ମାନଙ୍କ ପାଖକୁ ନିଶା ପଠାଇବାରେ ଲାଗିଥିଲା । ଏହାବ୍ୟତୀତ, ରାଜାର ଏହି ଡ୍ରଗସ କାରବାର ବିଭିନ୍ନ ରାଜ୍ୟକୁ ବ୍ୟାପିଯାଇଥିବା ବେଳେ ଅନ୍ତର୍ଜାତୀୟ ଲିଙ୍କ୍ ରହିଥିବାର ସୂଚନା ମିଳିଛି ।

ନେପାଳ ସହିତ ତାହାର ଡ୍ରଗସ କାରବାର ରହିଥିବା ନେଇ ପୋଲିସ ସୂତ୍ରରୁ ଜଣାପଡ଼ିଛି । ତେବେ ବଙ୍ଗଳାଦେଶ ସହିତ ତାହାର କିପିରି ଡ୍ରଗସ କାରବାରରେ ଲିଙ୍କସ ରହିଛି ତାହାକୁ ନେଇ ଏବେ ଛାନଭିନ୍ନ ଚାଲିଛି ।

Leave A Reply

Your email address will not be published.