Latest Odisha News

BREAKING NEWS

କପାଳରେ ପ୍ରେମିକଙ୍କ ନାଁରେ ଟାଟୁ କଲେ ଯୁବତୀ, ଭିଡ଼ିଓ କଲେ ସେୟାର

ବ୍ରିଟେନ: ଆଜିକାଲି ଯୁବପିଢୀଙ୍କ ଶରୀରରେ ଟାଟୁ କରିବା ଏକ ପ୍ରକାର ଫ୍ୟାଶନ ହୋଇଗଲାଣି । ଆଉ ପ୍ରେମିକା-ପ୍ରେମିକ ନିଜର ଭଲ ପାଇବାକୁ ପ୍ରମାଣ ଦେବା ପାଇଁ ଶରୀରରେ ନିଜ ପ୍ରିୟ ଲୋକର ନାଁ ଟାଟୁ କରିଥାନ୍ତି । ହେଲେ ବ୍ରିଟେନର ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କ ନାମକୁ ନିଜ କପାଳରେ ସ୍ଥାୟୀ ଭାବେ ଟାଟୁ କରି ଚର୍ଚ୍ଚାକୁ ଆସିଛନ୍ତି । ଏହାର ଏକ ଭିଡ଼ିଓ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଇନଫ୍ଲୁଏନ୍ସର ଆନା ଷ୍ଟାନ୍‌ସ୍କୋଭସ୍କି ନିଜ କପାଳରେ ‘କେଭିନ୍‌’ ନାମ ଲେଖାଯାଇଥିବା ଏକ ଭିଡିଓ ପୋଷ୍ଟ କରିଛନ୍ତି । ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଜଣେ ଟାଟୁ କଳାକାର ତାଙ୍କ କପାଳରେ ‘କେଭିନ’ ନାମକୁ ବଡ଼ ବଡ଼ ଅକ୍ଷରରେ ଲେଖୁଥିବାର ନଜର ଆସିଛନ୍ତି । ଯଦିଓ ସେ ପ୍ରାରମ୍ଭରେ ଯନ୍ତ୍ରଣା ଏବଂ ଅସନ୍ତୋଷ ପ୍ରକାଶ କରୁଥିଲେ ପରେ ଏହି ଟାଟୁକୁ ନେଇ ସେ ଅତ୍ୟଧିକ ଖୁସି ହୋଇଯାଉଛନ୍ତି । ସେ ଏହି ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, ମୋ ମୁହଁରେ ମୁଁ ବିଏଫ୍ ବା ବୟଫ୍ରେଣ୍ଡ ନାମରେ ଟାଟୁ କରିଛି ।

ଏହି ଭିଡ଼ିଓକୁ ଦେଖିବା ପରେ ଅନେକ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଅନେକ ଏହା ନକଲି ବୋଲି କହିଥିବା ବେଳେ ସୋସିଆଲ ମିଡିଆ କ୍ଲଟ୍ ପାଇଁ ଷ୍ଟଣ୍ଟ୍ ପ୍ରଦର୍ଶନ କରିଥିବାରୁ ତାଙ୍କୁ ଟ୍ରୋଲ୍ କରିଥିଲେ । ଆଉ କିଛି ୟୁଜର କହିଛନ୍ତି, କେହି ଆପଣଙ୍କୁ ତାହା କହି ନାହାନ୍ତି କି, ଯଦି ତୁମେ ତୁମ ପ୍ରେମିକଙ୍କ ନାମକୁ ନିଜ ଦେହରେ ରଖ, ତୁମର ବ୍ରେକ୍‌ଅପ୍ ହେବ ଏହା ସତ ବୋଲି । ସୋସିଆଲ ମିଡିଆରେ ଏପରି ମନ୍ତବ୍ୟ ଦେଖି ଯୁବତୀ ଜଣକ ନିଜର ପ୍ରତିକ୍ରିୟା ଦେଇଛନ୍ତି । ତାଙ୍କ ଟାଟୁ ଅସଲି ଅଟେ । ‘ମୁଁ ନିଜେ ବି ବିଶ୍ୱାସ କରିପାରୁ ନାହିଁ ଯେ, ମୁଁ ଏହା କରିଛି ବୋଲି କହିଛନ୍ତି ।

Comments are closed.