ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ଗୁରୁବାର ତିନି ଜଣ ନୂଆ ବିଚାରପତିଙ୍କୁ ମିଳିଛି ନିଯୁକ୍ତି । ନୂଆ ଜଜଙ୍କୁ ମଶାଇ ଏବେ ସୁପ୍ରିମ କୋର୍ଟରେ ଜଜଙ୍କ ସଂଖ୍ୟା ୩୪ରେ ପହଞ୍ଚିଛି । ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘବାଲ ସୋସିଆଲ ମିଡିଆ ଏବଂ ଏକ୍ସରେ ଜଜଙ୍କ ପଦୋନ୍ନତି ସମ୍ପର୍କରେ ଘୋଷଣା କରିଛନ୍ତି । ସୁପ୍ରିମକୋର୍ଟର ଏହି ତିନି ନୂଆ ବିଚାରପତି ହେଲେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ନ୍ୟାୟାଧୀଶ ସତୀଶ ଚନ୍ଦ୍ର ଶର୍ମା, ରାଜସ୍ତାନ ହାଇକୋର୍ଟର ମୁଖ୍ୟ ବିଚାରପତି ଅଗଷ୍ଟିନ ଜଜ ମସୀହ, ଗୌହାଟି ହାଇକୋର୍ଟର ମୁଖ୍ୟ ବିଚାରପତି ସନ୍ଦୀପ ମେହତା ।
ଏହି ତିନି ନୂଆ ଜଜଙ୍କ ନାମ ପ୍ରଧାନ ବିଚାରପତି ଡି.ୱାଇ.ଚନ୍ଦ୍ରଚୂଡ, ଜଷ୍ଟିସ ସଞ୍ଜୟ କିଶନ କୌଲ,ଜଷ୍ଟିନ ସଞ୍ଜୀବ ଖନ୍ନା, ଜଷ୍ଟିସ ବିଆର ଗବଇ ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ କଲେଜିୟମ ସୋମବାର ନଭେମ୍ବର ୬ ତାରିଖ ସ୍ଥିର କରିଥିଲା । ଏହାପୂର୍ବରୁ କଲେଜିୟମ କେନ୍ଦ୍ର ସରକାରଙ୍କୁ ଏକ ପ୍ରସ୍ତାବ ଦେଇ କହିଥିଲେ, ସୁପ୍ରିମକୋର୍ଟରେ ମଞ୍ଜୁରୀପ୍ରାପ୍ତ ବିଚାରପତିଙ୍କ ସଂଖ୍ୟା ୩୪ । ହେଲେ ଏବେ ୩୧ ଅଛନ୍ତି ।
କୋର୍ଟରେ ଅନେକ ମାମଲା ପଡି ରହିଛି । ମାମଲା ପଡି ରହିବାରୁ ବିଚାରପତିଙ୍କ ଉପରେ ବୋଝ ମଧ୍ୟ ବଢୁଛି । ତେଣୁ ଏହାକୁ ଧ୍ୟାନରେ ରଖି କୋର୍ଟରେ ପୂର୍ଣ୍ଣମାତ୍ରାରେ ଜଜ ରହିବା ଜରୁରୀ ହୋଇପଡିଛି ।
In exercise of the powers conferred by the Constitution of India, Hon’ble President, after consultation with Hon’ble Chief Justice of India, is pleased to appoint the following as Judges of the Supreme Court of India. pic.twitter.com/2nXNQ1mCP0
— Arjun Ram Meghwal (@arjunrammeghwal) November 9, 2023
Comments are closed.