Latest Odisha News

ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି; ପାରାଦୀପ ‘ବୋଇତ ବନ୍ଦାଣ’ ଉତ୍ସବରେ ଦେବେ ଯୋଗ

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୨୭ ତାରିଖରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଜଗତସିଂହପୁର ଜିଲ୍ଲାର ପାରାଦୀପରେ “ବୋଇତ ବନ୍ଦାଣ” ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି ମୁର୍ମୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଏହି ଗସ୍ତ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଓଡ଼ିଆ ଜାତିର ଅନନ୍ୟ ପରମ୍ପରା ତଥା ସାତ ସାଧବ ପୁଅଙ୍କ ବୀରତ୍ୱ ଗାଥା ବହନ କରୁଥିବା ଏହି ବୋଇତ ବନ୍ଦାଣ ଉତ୍ସବ ପ୍ରତିବର୍ଷ ପାଳନ କରୁଛନ୍ତି। ଦିନ ୧୦ଟାରୁ ୧୨ଟା ୩୦ ମଧ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଏହି ସ୍ୱୀକୃତି ପତ୍ର ଆସିବା ପରେ ଜିଲ୍ଲା ପ୍ରଶାସନ ଓ ବନ୍ଦର କର୍ତ୍ତୃପକ୍ଷ ତତ୍ପର ହୋଇଉଠିଛନ୍ତି।

ତେବେ ଆଗ କାଳରେ ସାଧବ ପୁଅମାନେ ନିଜ ବୋଇତରେ ଜାଭା, ବାଲି, ସୁମାତ୍ରା, ବୋର୍ଣ୍ଣିଓ (ଏବେକାର ଇଣ୍ଡୋନେସିଆ) ଆଦି ସ୍ଥାନକୁ ବେପାର ବାଣିଜ୍ୟ କରିବାକୁ ଯାଉଥିଲେ। ସେମାନେ ଅକ୍ଟୋବର-ନଭେମ୍ବର ମାସରୁ ଏହି ଯାତ୍ରା ଆରମ୍ଭ କରୁଥିଲେ ଯାହା ଉତ୍କୃଷ୍ଟ ସମୟ ବୋଲି କୁହାଯାଏ। ଯାହାର ସ୍ମୃତିରେ ପାରାଦୀପରେ “ବୋଇତ ବନ୍ଦାଣ” ଉତ୍ସବ ଆୟୋଜନ କରାଯାଉଛି।

Comments are closed.