Latest Odisha News

BREAKING NEWS

ଗୁଜବ ସତ ହେଲା, ବେବି-ବମ୍ପ୍ ଦେଖାଇଲେ ଅନୁଷ୍କା

ମୁମ୍ବାଇ: କିଛି ଦିନ ଧରି ଚାଲିଥିବା ଗୁଜବ ଶେଷରେ ସତ ହୋଇଛି । ବେବି ବମ୍ପ ଦେଖାଇଲେ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା । ନିଜର ଦ୍ୱିତୀୟ ଗର୍ଭଧାରଣକୁ ନେଇ ସେ କିଛି ଦିନ ହେବ ଚର୍ଚ୍ଚାରେ ରହିଛନ୍ତି । ଏହି ଖବର ମଧ୍ୟରେ ଅନୁଷ୍କା ମଧ୍ୟ ଲାଇମଲାଇଟଠାରୁ ଦୂରେଇ ରହୁଥିବା ନଜର ଆସୁଛି । ନିକଟରେ ତାଙ୍କୁ ବାଙ୍ଗାଲୋରରେ ସ୍ୱାମୀ ବିରାଟ କୋହଲିଙ୍କ ସହ ଦେଖିବାକୁ ମିଳିଥିଲା । ଏହି ସମୟରେ ଅନୁଷ୍କାଙ୍କ ବେବି ବମ୍ପ ଦେଖିବାକୁ ମିଳିଥିଲା, ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଅନୁଷ୍କା ଶର୍ମା ତାଙ୍କ କ୍ରିକେଟର ସ୍ୱାମୀ ବିରାଟ କୋହଲିଙ୍କୁ ଚିୟର-ଅପ କରିବା ପାଇଁ ବେଙ୍ଗାଲୁରୁ ଯାଇଛନ୍ତି । ଦୀପାବଳୀ ଅର୍ଥାତ୍ ୧୨ ନଭେମ୍ବରରେ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବାକୁ ଥିବା ନେଦରଲ୍ୟାଣ୍ଡ ସହିତ ଭାରତୀୟ କ୍ରିକେଟ ଦଳର ଏକ ବିଶ୍ୱକପ ମ୍ୟାଚ ରହିଛି । ମ୍ୟାଚ ପୂର୍ବରୁ ଏହି ଦମ୍ପତି ଏକାଠି ବୁଲୁଥିବାର ନଜର ଆସିଥିଲେ, ଯାହା ପରେ ସେମାନଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି । ନିକଟରେ ଏମାନେ ବେଙ୍ଗାଲୁରୁର ଏକ ହୋଟେଲରେ ଏକାଠି ନଜର ଆସିଥିଲେ । ଏହି ସମୟରେ ଅଭିନେତ୍ରୀଙ୍କ ବେବି ବମ୍ପ ଉପରେ ସମସ୍ତଙ୍କ ଆଖି ପଡିଯାଇଥିଲା । ଭିଡିଓର କିଛି ସେକେଣ୍ଡରେ ଲୋକମାନେ ଏହାକୁ ଲକ୍ଷ୍ୟ କରିଥିଲେ । ସେ ପିନ୍ଧିଥିବା ସର୍ଟ ଡ୍ରେସରେ ଏହା ସ୍ପଷ୍ଟ ବାରି ହୋଇ ପଡୁଥିଲା ବୋଲି ଆଲୋଚନା ହେଉଛି । ଇନଷ୍ଟାଣ୍ଟ ବଲିଉଡ ଦ୍ୱାରା ଏହି ଭିଡିଓ ସେୟାର କରାଯାଇ କ୍ୟାପସନରେ ଲେଖାଯାଇଛି, ଖୁବଶୀଘ୍ର ଖୁସି ଖବର ଆସିବ । ଆମେ ବିରୁଷ୍କାଙ୍କ ପରିବାରରେ ନୂଆ ସଦସ୍ୟଙ୍କୁ ସ୍ୱାଗତ କରିବାକୁ ଉତ୍ସୁକତାର ସହ ଅପେକ୍ଷା କରିଛୁ ।

Comments are closed.