Latest Odisha News

BREAKING NEWS

ପ୍ରେମିକା ହେବା ପରେ ସଲମାନଙ୍କ ଭାଉଜ ହେବି ନାହିଁ, ଏମିତି କହିଥିଲେ ମାଧୁରୀ

ମୁମ୍ବାଇ: ପ୍ରେମିକା ହେବା ପରେ ସଲମାନଙ୍କ ଭାଉଜ ହେବେ ନାହିଁ ବୋଲି ରୋକ୍‌ଠୋକ୍ ମନା କରିଦେଇଥିଲେ । ଏହି କାରଣରୁ ସେ ଅନେକ ଫିଲ୍ମ ପ୍ରତ୍ୟାଖାନ କରିଛନ୍ତି ବୋଲି କହିଛନ୍ତି ବଲିଉଡ଼ ଅଭିନେତ୍ରୀ ମାଧୁରୀ ଦିକ୍ଷିତ । ନିକଟରେ ଏକ ସାକ୍ଷାତକାରରେ ସେ ଏହା କହିଛନ୍ତି ।
‘ହମ୍ ଆପକେ ହେଁ କୌନ୍‌’ରେ ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଏବଂ ଅଭିନେତା ସଲମାନ ଖାନଙ୍କ ଯୋଡି ଦର୍ଶକଙ୍କ ହୃଦୟ ଜିତିଥିଲା । ଉଭୟଙ୍କ ଅନ୍‌-ସ୍କ୍ରିନ୍ କେମେଷ୍ଟ୍ରି ସମସ୍ତଙ୍କ ମନ କିଣିଥିଲା । ସଲମାନ ଖାନଙ୍କ ଫିଲ୍ମ ‘ହମ ସାଥ ସାଥ ହୈ’ ମଧ୍ୟ ଏକ ବ୍ଲକବଷ୍ଟର ହିଟ୍ ହୋଇଥିଲା । କିନ୍ତୁ ଏହି ଫିଲ୍ମ ପାଇଁ ମାଧୁରୀ ଦୀକ୍ଷିତଙ୍କୁ ଅଫର୍ କରାଯାଇଥିଲା । ହେଲେ ମାଧୁରୀ ଏହି ଫିଲ୍ମ କରିବାକୁ ମନା କରିଥିଲେ । ଏହାର କାରଣ ଥିଲେ ସଲମାନ ଖାନ ।

ଏକ ସାକ୍ଷାତକାରରେ ମାଧୁରୀ ଦୀକ୍ଷିତ କହିଛନ୍ତି ଯେ, ‘ହମ ସାଥ ସାଥ ହେଁ’ରେ ତାଙ୍କୁ ସଲମାନଙ୍କ ଭାଉଜ ଚରିତ୍ର କରିବାକୁ ଅଫର ମିଳିଥିଲା, ଯେଉଁ ଚରିତ୍ର ଅଭିନେତ୍ରୀ ତବୁ କରିଥିଲେ । ହେଲେ ‘ହମ୍ ଆପକେ ହେଁ କେନ୍‌’ରେ ପ୍ରେମିକା ହୋଇସାରିବା ପରେ ‘ହମ ସାଥ ସାଥ ହେଁ’ରେ ସଲମାନଙ୍କ ଭାଉଜ ହେବାକୁ ଚାହିଁ ନ ଥିଲେ ମାଧୁରୀ । ସେ ସୂରଜ ବଡଜାତ୍ୟାଙ୍କ ଫିଲ୍ମର ଅଫରକୁ ପ୍ରତ୍ୟାଖ୍ୟାନ କରିବାକୁ ଚାହୁଁ ନ ଥିବାରୁ ତାଙ୍କୁ କରିସ୍ମା କପୁର କିମ୍ବା ସୋନାଲି ବେନ୍ଦ୍ରେଙ୍କ ଚରିତ୍ର ଦେବାକୁ ସୂରଜଙ୍କୁ ପ୍ରସ୍ତାବ ଦେଇଥିଲେ ମାଧୁରୀ । ହେଲେ ତାଙ୍କୁ ନିଜ ମନ ମୁତାବକ ଚରିତ୍ର ନ ମିଳିବାରୁ ସେ ଏହି ଫିଲ୍ମ କରିବାକୁ ମନା କରିଦେଇଥିଲେ ।

ଉଲ୍ଲେଖଯୋଗ୍ୟ, ଦୀପାବଳି ଅବସରରେ ୧୯୯୯ ନଭେମ୍ବର ୫ରେ ‘ହମ ସାଥ ସାଥ ହେଁ’ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ୩୯.୧୮କୋଟି ଟଙ୍କା ସଂଗ୍ରହ କରିଥିଲା ।

Comments are closed.