Latest Odisha News

BREAKING NEWS

ଆଫଗାନିସ୍ତାନକୁ ୫ ୱିକେଟରେ ହରାଇଲା ଦକ୍ଷିଣ ଆଫ୍ରିକା

ଅହମ୍ମଦାବାଦ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟର ଶୁକ୍ରବାର ମ୍ୟାଚରେ ଦକ୍ଷିଣ ଆଫ୍ରିକା ୫ ୱିକେଟରେ ଆଫଗାନିସ୍ତାନକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୫୦ ଓଭରରେ ୨୪୪ ରନ କରି ଅଲଆଉଟ ହୋଇ ଯାଇଥିଲା । ଅଜମୁତାଲ୍ଲା ଓମରାଜାଇ ୯୭ ରନ କରି ଅପରାଜିତ ରହିଥିଲେ । ଦକ୍ଷିଣ ଆଫ୍ରିକା ତରଫରୁ ଗେରାଲ୍ଡ କୋଏଟଜି ସର୍ବାଧିକ ୪ଟି ୱିକେଟ ଅକ୍ତିଆର କରିଥିଲେ । ୨୪୫ ରନର ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ୪୭.୩ ଓଭରରେ ୫ ୱିକେଟ ହରାଇ ହାସଲ କରି ନେଇଥିଲା । କ୍ୱିଂଟନ ଡିକକ ୪୧, ରାସି ଭାନ ଡେର ଡୁସେନ ୭୬ ଓ ଆଣ୍ଡିଲେ ଫେହୁଲୱାୟୋ ୩୯ ରନ କରି ଅପରାଜିତ ରହିଥିଲେ ।

ଆଫଗାନିସ୍ତାନର ତରଫରୁ ମହମ୍ମଦ ନାବି ଓ ରଶିଦ ଖାଁ ୨ଟି ଲେଖାଁଏ ୱିକେଟ ନେଇଥିଲେ । ଦକ୍ଷିଣ ଆଫ୍ରିକା ଏଥିସହ ୯ ମ୍ୟାଚରୁ ୧୪ ପଂଏଟ ହାସଲ କରି ସେମିଫାଇନାଲ ପ୍ରସ୍ତୁତି ଆରମ୍ଭ କରିଛି । ଅପରପକ୍ଷରେ ଆଫଗାନିସ୍ତାନ ୯ ମ୍ୟାଚରୁ ୮ ପଂଏଟ ପାଇ ଅଭିଯାନ ଶେଷ କରିଛି । ଚଳିତ ବିଶ୍ୱକପରେ ଆଫଗାନିସ୍ତାନ ଟିମର ପ୍ରଦର୍ଶନ ପ୍ରଶଂସନୀୟ ରହିଥିଲା । ଡୁସେନ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

Comments are closed.