Latest Odisha News

BREAKING NEWS

ଆଜିଠୁ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି : ପ୍ରତି ୧୫ ଦିନରେ କାମର ଷ୍ଟାଟର୍ସ ରିପୋର୍ଟ ଦେବେ ଆମିକସ୍ କ୍ୟୁରୀ

ପୁରୀ : ଆଜିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାମ  । ମରାମତି ଲାଗି ଏଏସଆଇକୁ କଡା ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ । ୫ ବର୍ଷ ହେବ ଫାଟି ଆଁ କରିଛି ଶ୍ରୀମନ୍ଦିର ନାଟମଣ୍ଡପ ବିମ୍  । ଦୁର୍ବଳ ବିମର ମରାମତି କାମ ପାଇଁ ୧୨୦ ଦିନ ସମୟ ଲାଗି ବୋଲି କହିଛନ୍ତି ଏଏସଆଇ ସୁପରିଟେଣ୍ଡିଂ ଆର୍କିଓଲୋଜିଷ୍ଟ।ଏଥିପାଇଁ ଆଇଆଇଟି ମାଡ୍ରାସରୁ ଡିଜାଇନ୍ ମଧ୍ୟ  ଆସି ସାରିଛି  ।

ଅନ୍ୟପକ୍ଷରେ କୋର୍ଟଙ୍କ ନିର୍ଦ୍ଦେଶର ତୁରନ୍ତ ଅନୁପାଳନ ହେବ ବୋଲି କହିଛନ୍ତି ଏଏସଆଇ ସୁପରିଟେଣ୍ଡିଂ ଆର୍କିଓଲୋଜିଷ୍ଟ୍ ଡି.ବି ଗଡ଼ନାୟକ। ଆବଶ୍ୟକ ସୁବିଧା ଯୋଗାଇବାକୁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଛୁ। ପ୍ରତି ୧୫ ଦିନରେ ଆମିକସ୍ କ୍ୟୁରୀ କାମର ଷ୍ଟାଟର୍ସ ରିପୋର୍ଟ ଦେବେ ବୋଲି ସୂଚନା ରହିଛି ।

Comments are closed.