Latest Odisha News

ବନ୍ଦ ହେଲା ବଦ୍ରିନାଥ ମନ୍ଦିର ଦ୍ବାର, ୧୫ କ୍ୱିଣ୍ଟାଲ ଫୁଲରେ ସଜାଯାଇଛି ମନ୍ଦିର

ଉତ୍ତରାଖଣ୍ଡ: ଆଜି ଠାରୁ ଉତ୍ତରାଖଣ୍ଡର ଚାରିଧାମ ଯାତ୍ରା ଶେଷ ହେଉଛି । ଶୀତକାଳୀନ ପାଇଁ ପ୍ରଥମେ ଗଙ୍ଗୋତ୍ରୀ ଧାମ, ଯମୁନୋତ୍ରୀ ଏବଂ କେଦାରନାଥ ଧାମ ପରେ ଆଜି ସମସ୍ତ ରୀତି ନିତି ଓ ପୂଜାର୍ଚ୍ଚନା ସହିତ ବଦ୍ରିନାଥଧାମର ଦ୍ବାର ବନ୍ଦ କରାଯାଇଛି । ବନ୍ଦ ସମୟରେ ପ୍ରବଳ ମାତ୍ରାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖାଯାଇଥିଲା । ଦେଶ ଓ ବିଦେଶର କୋଣ ଅନୁକୋଣରୁ ଅନେକ ଭକ୍ତ ଆସି ବଦ୍ରିନାଥଙ୍କର ଶେଷ ଦର୍ଶନ କରିଛନ୍ତି ।

ବଦ୍ରିନାଥ ଧାମର ଦ୍ବାର ବନ୍ଦ କରିବା ପୂର୍ବରୁ ସମଗ୍ର ମନ୍ଦିରକୁ ୧୫ କ୍ୱିଣ୍ଟାଲ ଫୁଲରେ ସଜାଯାଇଛି । ସକାଳ ସମୟରୁ ପୂଜାମନ୍ତ୍ର ପାଠ କରି ସାରିବା ପରେ ଅପରାହ୍ନ ୩.୩୩ ସମୟରେ ମନ୍ଦିର ଦ୍ବାର ବନ୍ଦ କରାଯାଇଛି । ତେବେ ଗତ ଏପ୍ରିଲ ୨୭ ତାରିଖରେ ଭକ୍ତମାନଙ୍କ ପାଇଁ ମନ୍ଦିର ଦ୍ବାର ଖୋଲାଯାଇଥିଲା ।

ବଦ୍ରିନାଥ ମନ୍ଦିର ଦ୍ବାର ବନ୍ଦ ହେବା ପରେ ୨୦୨୩ ବର୍ଷର ଚାରିଧାମ ଯାତ୍ରା ମଧ୍ୟ ଶେଷ ହେବ । ତେବେ ଚଳିତବର୍ଷ ୫୮ ଲକ୍ଷରୁ ଅଧିକ ତୀର୍ଥଯାତ୍ରୀ ଚାରିଧାମ ଯାତ୍ରା କରିଛନ୍ତି, ଯାହା ଏକ ନୂଆ ରେକର୍ଡ ସୃଷ୍ଟି କରିଛି ।

ତେବେ ବଦ୍ରିନାଥ ମନ୍ଦିର ଦ୍ବାର ବନ୍ଦ କରିବା ପୂର୍ବରୁ ନଭେମ୍ବର ୧୪ ତାରିଖରେ ଗଙ୍ଗୋତ୍ରୀ ଧାମର ଦ୍ବାର ବନ୍ଦ ହୋଇଥିଲା । ଏହା ପରଦିନ ଯମୁନୋତ୍ରୀ, ଭାଇ ଦୁଜରେ ନଭେମ୍ବର ୧୫ ତାରିଖରେ, କେଦାରନାଥ ଧାମ ଏବଂ ଯମନୋତ୍ରୀ ଧାମର ଦ୍ବାର ବନ୍ଦ ହୋଇଥିଲା ଏବଂ ଶେଷରେ ଆଜି ବଦ୍ରିନାଥ ଧାମର ଦ୍ୱାର ବନ୍ଦ କରାଯାଇଛି ।

Comments are closed.