ଭୁବନେଶ୍ବର: ପୋଲିସ ଡିଜି ସୁନୀଲ ବଂଶଲଙ୍କୁ ଅବସର ଅନୁମତି ମିଳିଛି । ଡିସେମ୍ବର ୩୧ ତାରିଖରେ ସେ ଅବସର ଗ୍ରହଣ କରୁଛନ୍ତି। ରାଜ୍ୟସରକାର ତାଙ୍କୁ ସରକାରୀ ଚାକିରିରୁ ଅବସର ନେବା ଲାଗି ଅନୁମତି ଦେଇଛନ୍ତି । ଗୃହ ବିଭାଗ ପକ୍ଷରୁ ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ୧୯୮୭ ବ୍ୟାଚର ଆଇପିଏସ୍ ଅଫିସର ହେଉଛନ୍ତି ସୁନୀଲ ବଂଶଲ । ତେବେ ତାଙ୍କର ଅବସର ପରେ ନୂଆବର୍ଷରେ ରାଜ୍ୟକୁ ମିଳିବ ନୂଆ ପୋଲିସ ମୁଖିଆ ।
କିନ୍ତୁ ପରବର୍ତ୍ତୀ ନୂଆ ପୋଲିସ ଡିଜି କିଏ ହେବେ ସେ ନେଇ ଚର୍ଚ୍ଚା ଜୋର ଧରିଛି । ଏହାରି ଭିତରେ ନୂଆ ପୋଲିସ ଡ଼ିଜିଙ୍କ ପାଇଁ ୭ ଜଣଙ୍କ ନାଁ ସୁପାରିଶ କରିଛନ୍ତି ରାଜ୍ୟ ସରକାର । ଏମାନଙ୍କ ମଧ୍ୟରେ ରହିଛନ୍ତି ବି ରାଧୀକ, ଏ. ଏମ. ପ୍ରସାଦ, ୱାଇ.ବି ଖୁରାନିଆ, ଏସ ଏମ ନରବାଣେ,ଅରୁଣ ରାୟ, ଅରୁଣ ଷଡ଼ଙ୍ଗୀ ଏବଂ ସୁଧାଂଶୁ ଷଡ଼ଙ୍ଗୀ । ଆଇପିଏସ୍ ସୁନୀଲ ବଂଶଲ ମୟୂରଭଂଜ ଏସପି ଭାବେ ପୁଲିସ କ୍ୟାରିଅର ଆରମ୍ଭ କରିଥିଲେ। ଗତବର୍ଷ ଡିସେମ୍ବର ୩୧ ତାରିଖରେ ଡିଜିପି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ।
Comments are closed.