Latest Odisha News

BREAKING NEWS

ଆଦାନୀ ଫାଉଣ୍ଡେସନକୂୁ ‘ଆପେକ୍ସ ଇଣ୍ଡିଆ ସିଏସ୍ଆର ଇନୋଭେସନ’ ପୁରସ୍କାର

ଧାମରା: ମତ୍ସ୍ୟଜୀବୀ ସମୁଦାୟଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିଥିବାରୁ ଆଦାନୀ ଫାଉଣ୍ଡେସନକୂୁ ‘ଆପେକ୍ସ ଇଣ୍ଡିଆ ସିଏସ୍ଆର ଇନୋଭେସନ’ ପୁରସ୍କାର ପ୍ରଦାନ କରାଯାଇଛି ।

ଏହି ପୁରସ୍କାର ଗୋଆଠାରେ ଆପେକ୍ସ ଇଣ୍ଡିଆ ଓଏସ୍ଏଚ୍ଇ ସସ୍ଷ୍ଟେନେବୁଲ ସମ୍ମିଳନୀରେ ଆୟୁଷ ମନ୍ତ୍ରଣାଳୟର କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ୟେଶୋ ନାଏକଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇଥିଲା । ମତ୍ସ୍ୟଜୀବୀ ସମୁଦାୟ ଆଦାନୀ ଫାଉଣ୍ଡେସନର ଅନନ୍ୟ ହିତାଧିକାରୀ ସମୁଦାୟ ଭିତରୁ ଗୋଟିଏ ।

ମାଛଧରାର ସାମୟିକ ପ୍ରତିବନ୍ଧକ ଋତୁରେ ରୋଜଗାର ଓ ଆୟକୁ ସୁନିଶ୍ଚିତ କରିବା ପାଇଁ, ଆଦାନୀ ଫାଉଣ୍ଡେସନ ମତ୍ସ୍ୟଜୀବୀ ସମୁଦାୟକୁ ବଗିଚାରେ ଚାଷ ପାଇଁ ମଞ୍ଜି ଓ ବନୀକରଣ ପାଇଁ ଚାରା ପ୍ରଦାନ କରୁଛି । ଏ ଦିଗରେ ମତ୍ସ୍ୟଜୀବୀ ଓ ସ୍ଥାନୀୟ ସଙ୍ଗଠନମାନଙ୍କ ମିଳିତ ସହଯୋଗରେ ବହୁମୁଖୀ କାର୍ଯ୍ୟ ଆଦାନୀ ଫାଉଣ୍ଡେସନ କରିଆସୁଛି ।

ମତ୍ସ୍ୟଜୀବୀଙ୍କ ଜୀବନଶୈଳୀର ମାନ ବୃଦ୍ଧି ଦିଗରେ ଆଦାନୀ ଫାଉଣ୍ଡେସନ ମତ୍ସ୍ୟଜୀବୀ ଜନବସତି ଅଞ୍ଚଳରେ ନୂତନ ରାସ୍ତା, ପାନୀୟଜଳ, ସୋଲାର ଲାଇଟ୍, ପଥପ୍ରାନ୍ତ ଆଲୋକୀକରଣ, ମାଛ ଶୁଖାଇବା\nସ୍ଥାନ ଆଦି ବିଭିନ୍ନ ସୁବିଧା ନିମନ୍ତେ ସହାୟତା ପ୍ରଦାନ କରୁଛି ।

Leave A Reply

Your email address will not be published.