Latest Odisha News

ମେଡିକାଲ ସାଇନ୍ସର ଚମତ୍କାରିତା: ସନ୍ତାନ ଜନ୍ମ ଦେଲେ ସମଲିଙ୍ଗୀ ଦମ୍ପତି, ଦୁଇଟି ଗର୍ଭରେ ବଢିଲା ଗୋଟିଏ ସନ୍ତାନ

ଲଣ୍ଡନ:ମେଡିକାଲ ସାଇନ୍ସର ଚମତ୍କାରିତା । ଅସମ୍ଭବକୁ ସମ୍ଭବ କରି ଦେଖାଇଲା ବିଜ୍ଞାନ । ବ୍ରିଟେନର ଏକ ଲେସବିୟାନ ଦମ୍ପତି ମା-ବାପା ହୋଇଛନ୍ତି । ଉଭୟ ଏକ ଶିଶୁସନ୍ତାନକୁ ଜନ୍ମ ଦେଇଛନ୍ତି । ୩୦ ବର୍ଷୀୟ ଏଷ୍ଟେଫାନିଆ ଏବଂ ୨୭ ବର୍ଷୀୟ ଅଜହାରା ଅକ୍ଟୋବରରେ ତାଙ୍କର ପୁତ୍ର ସନ୍ତାନ ଡେରେକ ଏଲାୟକୁ ଦୁନିଆକୁ ଆଣିଛନ୍ତି ।

ଡେରେକ ହେଉଛି ପ୍ରଥମ ୟୁରୋପୀୟ ଶିଶୁ, ଯାହାକୁ ଲେସବିୟାନ ଦମ୍ପତି ନୂଆ ବୈଜ୍ଞାନିକ ପଦ୍ଧତିରେ ଜନ୍ମ ଦେଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏଷ୍ଟେଫେନିଆଙ୍କ ଗର୍ଭରେ ପ୍ରଥମେ ଭ୍ରୁଣ ସ୍ଥାପନ କରାଯାଇଥିଲା । ଏହାପରେ ତାକୁ ଅଜହାରା ଗର୍ଭରେ ୯ମାସ ପାଇଁ ରଖାଗଲା । ଏହପରେ ସନ୍ତାନ ଜନ୍ମ ନେଇ ଦୁନିଆକୁ ଆସିଥିଲା । ଏହି ପ୍ରକ୍ରିୟା ମାର୍ଚ୍ଚରୁ ଆରମ୍ଭ ହୋଇଥିଲା ।

ଏଷ୍ଟେଫେନିଆ ଏବଂ ଅଜହରା ଉଭୟେ ଗର୍ଭଧାରଣ ପାଇଁ ଇନବୋସେଲ (INVOcell)  ନାମକ ଏକ ନୂଆ ପ୍ରଜନନ ଟ୍ରିଟମେଣ୍ଟର ଉପଯୋଗ କରିଥିଲେ । ଯାହା ପ୍ରାକୃତିକ ଗର୍ଭଧାରଣ ସହ ସମାନ । ସ୍ପର୍ମ ଥିବା ଏକ ଛୋଟ କ୍ୟାପସୁଲ ପ୍ରଥମେ ଏଷ୍ଟେଫେନିଆ ଯୋନିରେ ୫ ଦିନ ପାଇଁ ଛାଡି ଦିଆ ଯାଇଥିଲା । ପରେ ଅନ୍ୟ ସବୁ ପ୍ରକ୍ରିୟା ଅଜହାରା ଗର୍ଭାଶୟରେ ହୋଇଥିଲା ।

ଅଜହାରା ଭ୍ରୁଣକୁ ୯ ମାସ ନିଜ ଗର୍ଭରେ ରଖିଥିଲେ । ଅକ୍ଟୋବର ୩୦ ତାରିଖରେ ଏକ ସୁସ୍ଥ ପୁତ୍ର ସନ୍ତାନକୁ ଉଭୟେ ଜନ୍ମ ଦେଇଛନ୍ତି । ଏହି ପ୍ରସବ ପାଇଁ ଦମ୍ପତିଙ୍କୁ ଔଷଧ ଖର୍ଚ୍ଚ ସହ ୫,୪୮୯ ଆମେରିକୀୟ ଡଲାର ଖର୍ଚ୍ଚ କରିବାକୁ ପଡିଥିଲା । ଏହି ଚିକିତ୍ସା କରୁଥିବା  ଜଣେ ଡାକ୍ତରଙ୍କ କହିବା ଅନୁଯାୟୀ, ଏହି ପ୍ରକ୍ରିୟାରେ ନୂଆ ହେଉଛି, ଉଭୟେ ଭ୍ରୁଣକୁ ନେଇ ପାରିବେ ଏବଂ ଯେତେବେଳେ ଆବଶ୍ୟକ ପଡିବ ଟ୍ରାନ୍ସଫର କରିପାରିବେ ।

Comments are closed.