Latest Odisha News

ଶାହାରୁଖଙ୍କ ଘୁଘୁଂଡିରେ ବ୍ୟତୀବ୍ୟସ୍ତ ହୋଇ ପଡିଥିଲେ ସଲମାନ

ମୁମ୍ବାଇ: ଦୀର୍ଘ ଦିନର ଅଶାନ୍ତି ପରେ ଧିରେ ଧିରେ ଶାହାରୁଖ ଖାଁ ଓ ସଲମାନ ଖାଁଙ୍କ ବନ୍ଧୁତା ମଜଭୁତ ହେବାରେ ଲାଗିଛି । ପଠାନ, ଟାଇଗର ୩ରେ ଉଭୟ ଏକତ୍ର ଅଭିନୟ କରି ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛନ୍ତି । ଏହି ଅବସରରେ କରନ ଅର୍ଜୁନ ଫିଲ୍ମ ଶୁଟିଂ ଅବସରର ଏକ ମଜାଦାର ଘଟଣା ସଲମାନ ଶେୟାର କରିଛନ୍ତି । ୧୯୯୫ରେ ଶୁଟିଂ କରୁଥିବା ଅବସରରେ ସେଟରେ ଅନେକ ଅତିଥି ଆସିଥିଲେ । ଫଳରେ ସେମାନଙ୍କୁ ଗୋଟିଏ ରୁମରେ ଅଧିକ ଲୋକଙ୍କ ସହ ରହିବାକୁ ପଡିଥିଲେ । ଶାହାରୁଖ ଆଗ ଶୋଇପଡି ଘୁଘୁଂଡି ମାରିବାରେ ଲାଗିଥିଲେ । ସଲମାନ, ସୋହେଲ ଶୋଇପାରି ନ ଥିଲେ । ଏପରିକି ସଲମାନ ତାଙ୍କୁ ଖଟ ଉପରୁ ଠେଲି ଦେଇଥିଲେ ।

ତେବେ ଏହି ଖବରକୁ ଶାହାରୁଖ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ସାଇନସ ଅସୁବିଧା ଯୋଗୁ ସେ ସମୟରେ ମୁଁ ଘୁଘୁଂଡି ମାରୁଥିଲି । ଅନ୍ୟଥା କେବେ ବି ଘୁଘୁଂଡି ମାରେନି । ସଲମାନ କିନ୍ତୁ ଶାହାରୁଖଙ୍କ କଥା ନଶୁଣି ତାଙ୍କୁ ଥଟ୍ଟା କରିବାରେ ଲାଗିଥିଲେ । ସୂଚନାଯୋଗ୍ୟ, ସଲମାନ-ଶାହାରୁଖ ଅଭିନୀତ କରନ ଅର୍ଜୁନ ବକ୍ସ ଅଫିସରେ ସୁପରହିଟ ସାବ୍ୟସ୍ତ ହୋଇଥିଲା ।

Leave A Reply

Your email address will not be published.