Latest Odisha News

BREAKING NEWS

ଅବକାରୀ ବିଭାଗର ଚଢ଼ାଉ, ବ୍ୟାପକ ମଦ ସହ ବୋତଲ ଓ ଠିପି ଜବତ

ବରଗଡ଼: ଅବକାରୀ ବିଭାଗ ପକ୍ଷରୁ କେନ୍ଦୁପାଲି ଗ୍ରାମରେ ଚଢ଼ାଉ କରି ଆଜି ବ୍ୟାପକ ମାତ୍ରାରେ ବେଆଇନ ମଦ ଜବଦ କରାଯାଇଥିବା ନେଇ ସୂଚନା ଦିଆଯାଇଛି। କେନ୍ଦୁପାଲି ଗ୍ରାମର ଏକ ପନିପରିବା କ୍ଷେତରେ ଅବସ୍ଥିତ ଏକ ଘରୁ ୨୦୭୫ ଗୋଟି ଇମ୍ପେରିଆଲ୍ ବ୍ଲୁ ବୋତଲର କ୍ୟାପ, ୧୬୭୫ ଗୋଟି ରୟାଲ୍ ଷ୍ଟେଜ୍ ବୋତଲ କ୍ୟାପ, ୫୯ ଗୋଟି ଷ୍ଟର୍ଲିଂ ରିଜର୍ଭ ବୋତଲ କ୍ୟାପ ଓ ୧୦୭୫ ଗୋଟି ମ୍ୟାକ୍ ଡୋଭେଲସ୍ ୱିସ୍କି ବୋତଲ କ୍ୟାପ୍ ସହିତ ବ୍ୟାପକ ମାତ୍ରାରେ ମଦ ଜବଦ କରଯାଇଛି।

ତେବେ ଘଟଣାସ୍ଥଳରୁ ୪୪ ବର୍ଷୀୟ ଠାକୁର ପାତ୍ର ନାମକ ଅପରାଧୀ ଫେରାର ହୋଇଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଅବକାରୀ ବିଭାଗର ଏହି ଚଢ଼ାଉରେ ଇନେସ୍ପେକ୍ଟର ସମରଜିତ୍ ଦାଶ, ଇନେସ୍ପେକ୍ଟର ରଶ୍ମୀତା ଲାକ୍ରା, ଏସ ଆଇ ସ୍ୱପ୍ନାରାଣୀ ଟେଟେ, ଏ.ଏସ୍.ଆଇ. ଯୁବରାଜ ବାଗ କନଷ୍ଟେବଳ ବୀରେନ୍ଦ୍ର କୁମାର ପଣ୍ଡା, ସରସ୍ବତୀ ବନଛୋର, କେଶବ ବେହେରା, ସୁକାନ୍ତ ବଢ଼େଇ, ମଣ୍ଟୁ ସୁନା, ବିନୋଦ କୁମାର ତିର୍କୀ, ସାଗରୀକା ବଗାର, ଅମିତ ଦୀପ, ଆଶୁତୋଷ ସ୍ୱାଇଁ, ରାଜେଶ ରାଉତ ଓ ରାଜେଶ ସାହୁ ଏହି ଚଢ଼ାଉରେ ଉପସ୍ଥିତ ଥିଲେ।

Comments are closed.