Latest Odisha News

BREAKING NEWS

ଟ୍ରାଫିକ୍‌ ସିଗନାଲ ନିକଟରେ ଭିକ ମାଗିଲେ ହେବ କାର୍ଯ୍ୟାନୁଷ୍ଠାନ: ବିଏମ୍‌ସି

ଭୁବନେଶ୍ବର: ଏବେ ଭୁବନେଶ୍ବରରେ ଟ୍ରାଫିକ୍‌ ସିଗନାଲ ନିକଟରେ ଆଉ ଭିକ ମାଗିପାରିବେ ନାହିଁ କୌଣସି ଭିକାରୀ । ଏନେଇ ଆଜି (ବୁଧବାର) କଟକଣା ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ।

ଅନେକ ସମୟରେ ରାଜଧାନୀର ବିଭିନ୍ନ ଟ୍ରାଫିକ ସିଗନାଲ ନିକଟରେ ପେନ, କଣ୍ଢେଇ, ବେଲୁନ, ଖାଦ୍ୟ ସାମଗ୍ରୀ ଓ ବିଭିନ୍ନ ଜିନିଷ ବିକ୍ରି କରାଯାଉଥିବା ଦେଖିବାକୁ ମିଳେ । ଲୋକମାନେ ତାଙ୍କ କାମରେ ଯାଉଥିବା ବେଳେ ଅନେକ ସମୟରେ ଜିନିଷ ବିକିବା ବାହାନାରେ ଭିକାରୀମାନେ ବାଇକ୍‌ ଓ କାର ଆରୋହୀମାନଙ୍କୁ ଜିନିଷ କିଣିବା ପାଇଁ ନିବେଦନ କରିଥାନ୍ତି । କେହି କେହି ଜବରଦସ୍ତି ମଧ୍ୟ କିଣିବାକୁ ବାଧ୍ୟ କରିଥାନ୍ତି । ଯାହାଫଳରେ ନିଜ ନିଜ କାମରେ ଯାଉଥିବା ଲୋକମାନେ ବ୍ୟସ୍ତ ଥିବା ବେଳେ ଭିକାରୀମାନଙ୍କର ଏଭଳି ଆଚରଣକୁ ଅନେକ ପସନ୍ଦ କରନ୍ତି ନାହିଁ । ଏହାକୁ ଦୃଷ୍ଟିରେ ରଖି ବିଏମ୍‌ସି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।

ଯଦି ଏହି କଟକଣାକୁ ନମାନି କୌଣସି ଭିକାରୀ ଏପରି କାର୍ଯ୍ୟକୁ ଜାରି ରଖନ୍ତି ତେବେ ଉକ୍ତ ଭିକାରୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆଉ ଏହି ଭିକାରୀ ମାନଙ୍କ ଉପରେ ବିଏମସି ଟିମ୍ ର କଡା ନଜର ରହିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.