Latest Odisha News

BREAKING NEWS

‘ଓଡ଼ିଶା ସମ୍ବାଦ’ର ଖବରକୁ ନିଜ ସାଇଟରେ କପି କରି ଛାପୁଛି ଉତ୍କଳ ମେଲ ପୋର୍ଟାଲ

ଭୁବନେଶ୍ୱର: ଓଡ଼ିଶାରେ ମାଳ ମାଳ ଗଣମାଧ୍ୟମ । ସାମ୍ବାଦିକ ବୋଲି ପରିଚୟ ଦେବାକୁ ଅନେକ ଆଗ୍ରହୀ। କିନ୍ତୁ ସଂସ୍ଥା ଚଳାଇବାକୁ ଯାଇ ପରର ସମ୍ବଳ ଉପରେ ଆଖି ପକାଇବା ନିହାତି ନିନ୍ଦନୀୟ। ଏହି ପରିପ୍ରେକ୍ଷୀରେ ଆମ ନଜରକୁ ଆସିଛି ଉତ୍କଳ ମେଲ (https://utkalmailtv.com/odia/) ନାମକ ଏକ ଓ୍ବେବ୍ ପୋର୍ଟାଲ ବାବଦରେ। ଯିଏକି ଓଡ଼ିଶା ସମ୍ବାଦର କର୍ମଚାରୀଙ୍କ ଦ୍ବାରା ଲେଖାହେଉଥିବା ସମସ୍ତ ଖବରକୁ ନିଜ ସାଇଟରେ କପି ପେଷ୍ଟ କରୁଛି।ଯେଉଁଥିପାଇଁ ଓଡିଶା ସମ୍ବାଦ ଦୀର୍ଘ ମାସ ହେବ ଆର୍ଥିକ କ୍ଷତିରେ ପଡିଛି।

ଅତ୍ୟନ୍ତ ଚତୁର ବୋଲି ମନେ କରୁଥିବା ଏହି ସଂସ୍ଥା ସାରା ଦେଶରେ ନିଜର ଅଫିସ ଖୋଲିଛି ବୋଲି ଦାବି କରୁଛି। କିନ୍ତୁ ଓଡିଶା ସମ୍ବାଦର ଖବରକୁ କପି କରି ଯେଉଁଭଳି ନିଜର ଦାବି କରୁଛି ତାହା ବେଶ ନିନ୍ଦନୀୟ। ଓଡିିଶା ସମ୍ବାଦ ସାଇଟରେ ପ୍ରକାଶିତ ଖବରକୁ ନିଜ ସାଇଟରେ ଆରଏଏସଏସ ଫିଡକୁ ବ୍ୟବହାର କରି ସ୍ବୟଂଚାଳିତ ଭାବେ ପ୍ରାୟତଃ ଖବରକୁ ନିଜ ସାଇଟରେ ପ୍ରକାଶ କରୁଛି। ଯାହାର ଆମେ ପ୍ରମାଣ ଦେଉଛି।

ଏଥିପାଇଁ ଆପଣ ଓଡିଶା ସମ୍ବାଦ ସାଇଟରେ ଥିବା ବିଭିନ୍ନ କ୍ୟାଟାଗୋରୀରେ ଯଥାକ୍ରମେ ଓଡିଶା, ଦେଶବିଦେଶ ଇତ୍ୟାଦିରେ କ୍ଲିକ କରି ଦେଖନ୍ତୁ ଏବଂ ଟ୍ବିଟରରେ ଦେଖିପାରିବେ କେଉଁ ସମୟରେ ଓଡିଶା ସମ୍ବାଦର ଖବର ପବ୍ଲିସ ହୋଇଛି। ଏହାପରେ ଉତ୍କଳ ମେଲର ଓଡିଶା, ଦେଶବିଦେଶ କ୍ୟାଟାଗୋରୀରେ କ୍ଲିକ କରି ଜାଣିପାରିବେ ସତ କଣ ।

ଏହାକୁ ନେଇ ଓଡ଼ିଶା ସମ୍ବାଦ ଆଗାମୀ ଦିନରେ କାର୍ଯ୍ୟାନୁଷ୍ଠାନ ପାଇଁ ଥାନାରେ ଏତଲା ଦେବା ସହ ସଂପୃକ୍ତ ମାଲିକଙ୍କ ବିରୋଧରେ ମାନହାନୀ ମୋକଦ୍ଦମା ଦାୟର କରିବାକୁ ପ୍ରସ୍ତୁତି ହେଉଛି।

ଉତ୍କଳ ମେଲ ପୋର୍ଟାଲର ଏପରି କାର୍ଯ୍ୟଶୈଳୀ ଜାରି ରହିବା ପେଶାଗତ ସାମ୍ବାଦିକଙ୍କ ପାଇଁ ବିପଦ। କାରଣ ଅନେକ ପରିଶ୍ରମ ଏବଂ ନିଷ୍ଠାରେ ଏକ ଅଗ୍ରଣୀ ନ୍ୟୁଜ ପୋର୍ଟାଲ ଭାବେ ସାରା ଓଡିଶାରେ ଆଦୃତ ହୋଇପାରିଛି ଓଡ଼ିଶା ସମ୍ବାଦ।

Comments are closed.