Latest Odisha News

ଏନଡିଏ ସହ ମେଣ୍ଟ କରିବ କି ଏହି ମୁସଲିମ ଦଳ ? ପସମାନ୍ଦା କାର୍ଡ ୟୁପି ରାଜନୀତିରେ ଆଣିପାରେ ବଡ ପରିବର୍ତ୍ତନ

ନୂଆଦିଲ୍ଲୀ: ଆସୁଛି ସାଧାରଣ ନିର୍ବାଚନ । ବଦଳୁଛି ସମୀକରଣ । କିଏ ଛାଡୁଛି..କିଏ ଆସୁଛି…ଏସବୁ ଭିତରେ ସରଗରମ ହୋଇଛି ରାଜନୈତିକ ମାହୋଲ । ତେବେ ଏସବୁ ଭିତରେ ସବୁଠୁ ବଡ ଚର୍ଚ୍ଚାରୂ ବିଷୟ ହୋଇଛି ପିସ ପାର୍ଟିର ଦଳବଦଳ । ପାର୍ଟିର ଅଧ୍ୟକ୍ଷ ମହମ୍ମଦ ଆୟୁବ ରାଜନୈତିକ ଦୃଷ୍ଟିଭଙ୍ଗୀ ବଦଳି ଯାଇଛି । ଗତ ୨ ଦଶକ ଧରି ୩ ଲୋକସଭା ଏବଂ ୩ ବିଧାନସଭା ନିର୍ବାଚନ ବିଜେପି ବିରୋଧରେ ଲଢି ଆସୁଥିବା ପିସ ପାର୍ଟି ଏବେ ଖେଳିଛି ପସମାନ୍ଦା କାର୍ଡ  ।  ଦଳର ଅଧ୍ୟକ୍ଷ ଏବେ ବିଜେପି ସହ ମିଶିପାରନ୍ତି  । କାରଣ  ଏନଡିଏ ମେଣ୍ଟ  ପାଇଁ ଏବେ ରାସ୍ତା ଖୋଲା ଥିବା ସୂଚନା ଦେଇଛନ୍ତି ଦଳ ଅଧ୍ୟକ୍ଷ ମହମ୍ମଦ ଆୟୁବ ।

ମହମ୍ମଦ ଆୟୁବଙ୍କର ଏବେ ଚେତା ପଶିଛି । ସେ ବୁଝି ପାରିଛନ୍ତି ରାଜନୈତିକ ଦଳର ଲକ୍ଷ୍ୟ କ’ଣ ? ସେମାନେ ମୁସଲିମ ସଂପ୍ରଦାୟକୁ କେବଳ ଭୋଟ ବ୍ୟାଙ୍କ ଭାବେ ବ୍ୟବହାର କରିବାକୁ ଚାହୁଁଛନ୍ତି । ସପା, ବସପା ଏବଂ କଂଗ୍ରେସ ସମସ୍ତେ କେବଳ ମୁସଲିମ ସମୁଦାୟକୁ ଭୋଟ ପାଇଁ ବ୍ୟବହାର କରୁଛନ୍ତି । ମହମ୍ମଦ ଏହି ତିନି ଦଳ ବିରୋଧରେ ଆଣିଛନ୍ତ ସାଂଘାତିକ ଅଭିଯୋଗ । ସେ କହିଛନ୍ତି ଏହି ତିନି ଦଳ ମୁସଲିମଙ୍କ ଭୋଟ ନେଉଛନ୍ତି । ହେଲେ ଯେତେବେଳେ କ୍ଷମତାକୁ ଆସୁଛନ୍ତି, ସେତେବେଳେ ଏହି ସଂପ୍ରଦାୟକୁ ନିଜର ଅଂଶୀଦାର ବୋଲି ଭାବୁ ନାହାନ୍ତି କି ତାଙ୍କୁ ଗୁରୁତ୍ୱ ଦେଉନାହାନ୍ତି । ଯଦି ସୁଯୋଗ ମିଳେ ତେବେ ସେ ଏନଡିଏ ସହ ମେଣ୍ଟ କରିବାକୁ ପଛାଇବେ ନାହିଁ । କାରଣ ଏନଡିଏ ମୁସଲିମଙ୍କ ସହ ସମାନ ବ୍ୟବହାର କରୁଛି ବୋଲି କହିଛନ୍ତି ମହମ୍ମଦ ଆୟୁବ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅୟୁବ ପୂର୍ବାଞ୍ଚଳରେ ପସମାନ୍ଦା ମୁସଲମାନଙ୍କର ଏକ ବଡ ପ୍ରତିନିଧି ଭାବେ ସ୍ୱୀକାର କରାଯାଏ । ପିସ ପାର୍ଟି ଗଠନ କରିବା ପରେ ସେ ୨୦୧୨ରେ ପ୍ରଥମ ବିଧାନସଭା ନିର୍ବାଚନାରେ ୪ଟି ଆସନରେ ଜିତିଥିଲେ । ହେଲେ ମେଣ୍ଟ ପାଇଁ କୌଣସି ବଡ ଦଳର ସମର୍ଥନ ମିଳି ନ ଥିଲା । ଏବେ ପୁଣି ଥରେ ସେ ପୂର୍ବାଞ୍ଚଳ ବେଲଟରେ ନିଜ ଦଳକୁ ଜାହର କରିବା ପାଇଁ ଅଣ୍ଟା ଭିଡିଛନ୍ତି । ସେଥିପାଇଁ ଖେଳିଛନ୍ତି ପସମାନ୍ଦା କାର୍ଡ ।

ସେ କହିଛନ୍ତି, ୟୁପିରେ ପସମାନ୍ଦା ମୁସଲିମ ସମୁଦାୟ ଏବେ ସଚେତନ ହେଲେଣି ।ଏବେ ଆଉ ଭୋଟ ବ୍ୟାଙ୍କ ହୋଇ ରହିବାକୁ ଚାହୁଁନାହାନ୍ତି । କଂଗ୍ରେସ, ସପା, ବସପା ଦଳ କେବଳ ଧର୍ମନିରପେକ୍ଷ ନାଁରେ ବିଜେପିକୁ ହରାଇବାକୁ ଚାହୁଁଛନ୍ତି । ହେଲେ ଏବେ ବୁଝିଲିଣି, ଏହି ବିଚାରଧାରା କେବଳ ସମାଜର କ୍ଷତି କରୁଛି । ଏପଟେ ପ୍ରତିକ୍ରିୟା ରଖି ବିଜେପି ଏହାକୁ ଯୋଗୀ ଏବଂ ମୋଦି ସରକାର ପ୍ରଭାବ ବୋଲି କହିଛି ।

Comments are closed.