Latest Odisha News

ଦେଢ ଲକ୍ଷ ବର୍ଷ ତଳେ ମନୁଷ୍ୟ ଚପଲ ପିନ୍ଧୁଥିଲା !

କେପଟାଉନ: ପ୍ରାଚୀନ ମାନବ ଇତିହାସ ନେଇ ଏକ ଐତିହାସିକ ତଥ୍ୟ ମିଳିଛି । ଏହି ନୂତନ ତଥ୍ୟରେ ଆଜିଠାରୁ ୭୫ ହଜାରରୁ ଦେଢ଼ ଲକ୍ଷ ବର୍ଷ ମଧ୍ୟରେ ପ୍ରାଚୀନ ମନୁଷ୍ୟ ଚପଲ ପରିଧାନ କରୁଥିଲା । ଅନ୍ୟ ଅର୍ଥରେ ଅତ୍ୟାଧୂନିକ ଜ୍ଞାନକୌଶଳର ବ୍ୟବହାର ଆରମ୍ଭ ହୋଇ ନ ଥିଲେ ମଧ୍ୟ ମନୁଷ୍ୟ ସ୍ୱାସ୍ଥ୍ୟ ଓ ପରିବେଶ ନେଇ ଚିନ୍ତା କରୁଥିଲା । ୟୁରୋପରେ ସବୁଠାରୁ ପୁରୁଣା ଜୋତା ୬୦୦୦ ବର୍ଷ ତଳେ ମିଳିଥିଲା । ତେବେ ଦକ୍ଷିଣ ଆଫ୍ରିକାର କେପଟାଉନ ଅଂଚଳରେ ଏକ ପୁରାତନ ଜୀବାଶ୍ମ ମିଳିଥିଲା । ଏହାକୁ ଗବେଷଣା କରୁଥିବା ବୈଜ୍ଞାନିକମାନେ ଏହି ତଥ୍ୟ ଉପସ୍ଥାପନ କରିଛନ୍ତି । ପ୍ରାଚୀନ ମାନବ ସମୂଦ୍ରକୂଳରେ ଚଲାବୁଲା କରିବା ପାଇଁ ନିଜସ୍ୱ ନିର୍ମିତ ଜୋତାର ବ୍ୟବହାର କରୁଥିଲା । ତେବେ ସେ କେଉଁ ପଦାର୍ଥରେ ନିର୍ମିତ ଚପଲ ପିନ୍ଧୁଥିଲେ ତାହା ସ୍ପଷ୍ଟ ହୋଇପାରି ନାହିଁ ।

ଚମଡା କିମ୍ବା ଗଛର ମଜଭୁତ ଖୋଳପାରେ ନିର୍ମିତ ଚପଲ ପିନ୍ଧୁଥିବେ ବୋଲି ଅନୁମାନ କରିଛନ୍ତି । ଏହା ଫ୍ଲିପ ଫ୍ଲପ ଶୈଳୀରେ ହୋଇଥିବା ଅନୁମାନ କରାଯାଉଛି । ଉକ୍ତ ଅଂଚଳରେ ପଥର ଅଧିକ ଥିବାରୁ ନିଶ୍ଚିତ ଭାବେ ଖାଲି ପାଦରେ ଚାଲୁଥିବା ବ୍ୟକ୍ତିର ପାଦ ଭିନ୍ନ ଧରଣର ହୋଇଥିବା ସମ୍ଭାବନା କରାଯାଉଥିଲେ ମଧ୍ୟ ସେଭଳି କିଛି ଦେଖିବାକୁ ମିଳି ନ ଥିଲା । ମିଳିଥିବା ଜୀବାଶ୍ମରେ ପାଦର ସଂରଚନା ଠିକ ଏବଂ ମଜଭୁତ ଥିଲା ।

Comments are closed.