Latest Odisha News

ଇସ୍ରାଏଲ-ହମାସ ଯୁଦ୍ଧ ବିରତି: ମୁକ୍ତ ହେଲେ ୧୩ ବନ୍ଧକ

ତେଲ ଅଭୀଭ: ଇସ୍ରାଏଲ ଓ ହମାସ ମଧ୍ୟରେ ସାମୟିକ ଭାବେ ଯୁଦ୍ଧ ବିରତି ହୋଇଛି । ଏହି ବିରତି ପରେ ଶୁକ୍ରବାର ସନ୍ଧ୍ୟାବେଳେ ଗାଜାରୁ ୧୩ ବନ୍ଧକଙ୍କୁ ମୁକ୍ତ କରିଛି ହମାସ । ଯେଉଁମାନଙ୍କୁ ମୁକ୍ତ କରାଯାଇଛି ସେମାନଙ୍କ ନାମ, ଠିକଣା ଏବଂ ଅନ୍ୟ ତଥ୍ୟ ଇସ୍ରାଏଲ ଗୋଇନ୍ଦା ବିଭାଗକୁ ଜଣାଇ ଦିଆଯାଇଛି । ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ୧୨ ଥାଇ ନାଗରିକଙ୍କୁ ମଧ୍ୟ ମୁକ୍ତ କରାଯାଇଛି ବୋଲି ମଧ୍ୟ କହିଛନ୍ତି । ଅକ୍ଟୋବର ୭ରେ ଇସ୍ରାଏଲ ସୀମା ମଧ୍ୟରେ ପ୍ରବେଶ କରି ହମାସ ଆତଙ୍କବାଦୀ ନାରକୀୟ କାଣ୍ଡ ରଚିବା ପରେ ଅନେକଙ୍କୁ ବନ୍ଧକ କରି ନେଇ ଯାଇଥିଲେ । ଏହା ପରେ ହମାସ ଉପରେ ଇସ୍ରାଏଲ ଆକ୍ରମଣ କରିଥିଲା । ଏବେ ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ବିରତି ନେଇ ବୁଝାମଣା ହୋଇଛି । ଏହା ଅନୁସାରେ ଇସ୍ରାଏଲ ଦକ୍ଷିଣ ଗାଜାରେ ବିମାନ ଚଳାଚଳ ବନ୍ଦ କରିବ ।

ଉତର ପଟେ ଦିନକୁ ୬ ଘଂଟା ବିମାନ ଚଳାଚଳ କରିପାରିବ । ଏହି ସମୟ ମଧ୍ୟରେ ଗାଜାରେ ଇସ୍ରାଏଲ କୌଣସି ସୈନ୍ୟ ବାହନ ନେବ ନାହିଁ କିମ୍ବା କାହାକୁ ଅଟକ ରଖିପାରିବ ନାହିଁ । ଇସ୍ରାଏଲ ପ୍ରଦତ ତଥ୍ୟ ଅନୁସାରେ ହମାସ ୨୩୯ ଲୋକଙ୍କୁ ଗାଜାରେ ବନ୍ଧକ ରଖିଛି । ଏଥିରେ ୨୬ ବିଦେଶୀ ନାଗରିକ ସାମିଲ । ସୂଚନାଯୋଗ୍ୟ, ଇସ୍ରାଏଲ ଆକ୍ରମଣରେ ଗାଜାରେ ୧୩ ହଜାରରୁ ଅଧିକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।

Comments are closed.