ଭୁବନେଶ୍ୱର: ଓଡିଶାର ଘରେ ଘରେ ପୋଡ଼ପିଠା ପ୍ରସିଦ୍ଧି ଲାଭ କରିଥିଲେ ମଧ୍ୟ ଏହା ସହ ଜଡିତ ପରମ୍ପରା ସହ ଅନେକ ଅବଗତ ନଥିବେ । ଆଜି ଆମେ ଆପଣଙ୍କୁ ଜଣାଇବୁ ଏହାସହ ଜଡିତ ପରମ୍ପରା ସମ୍ପର୍କରେ..
ଏହା ପ୍ରତ୍ୟେକ ଓଡ଼ିଆ ଘରେ ରଜ ଓ ନାନାଦି ପର୍ବପର୍ବାଣୀରେ ତିଆରି କରାଯାଇଥାଏ । ଜଗନ୍ନାଥଙ୍କ ଛପନ ଭୋଗରେ ମଧ୍ୟ ଏହା ଠାକୁରଙ୍କୁ ଅର୍ପଣ କରାଯାଇଥାଏ ।
ପରମ୍ପରାରେ ପୋଡ଼ପିଠା:
ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରୁଥିବା ମହାପ୍ରଭୁ ମାଉସୀ ମା ଘରେ ପୋଡ଼ପିଠା ଖାଇବା ପରମ୍ପରା କାହିଁ କେଉଁ ଅମଳରୁ ରହି ଆସିଛି। ବାହୁଡ଼ା ଯାତ୍ରା ସମୟରେ ମହାପ୍ରଭୁ ମାଉସୀ ମା’ଙ୍କ ମନ୍ଦିର ନିକଟରେ ଅଟକି ମାଉସୀଙ୍କ ଦ୍ୱାରା ପ୍ରସ୍ତୁତ ପୋଡ଼ପିଠା ଖାଇଥାନ୍ତି। ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ରଥ ମାଭସୀଙ୍କ ହାତରୁ ପୋଡ଼ପିଠା ଖାଇବା ପରେ ରଥ ଗଡ଼େ ।
ଏହି ବିଧି ପାଇଁ ମାଉସୀ ମା’ଙ୍କ ସେବକଙ୍କ ଘରେ ପୋଡ଼ପିଠା ପ୍ରସ୍ତୁତି ହୁଏ ପୁରୁଷାନୁକ୍ରମିକ ମାଉସୀ ମା’ଙ୍କ ସେବକ ଏହି ସେବା କରନ୍ତି ।
ହେରାପଞ୍ଚମୀରୁ ପୋଡ଼ପିଠା ପ୍ରସ୍ତୁତି ଆରମ୍ଭ ହୁଏ । ସେବକଙ୍କ ତତ୍ତ୍ୱାବଧାନରେ ୩ଜଣା ବ୍ରାହ୍ମଣ ପ୍ରସ୍ତୁତ କରନ୍ତି । ମହାପ୍ରଭୁଙ୍କର ପୋଡ଼ ପିଠା ଅତ୍ୟନ୍ତ ପ୍ରିୟ ବୋଲି ବିଶ୍ୱାସ ରହିଛି ।
ଏହାର ପ୍ରସ୍ତୁତି ବିଧି :
ଚାଉଳଚୁନା ଓ ଗୁଡ଼/ଚିନିତିଆରି ପିଠଉକୁ ଏକ ବଡ଼ କଡ଼ାଇରେ ଚାରିପଟୁ ପୋଡ଼ି ତିଆରିକରାଯାଏ ।
ପ୍ରସ୍ତୁତି ବିଧି ବିସ୍ତୃତରେ:
ଆବଶ୍ୟକୀୟ ସାମଗ୍ରୀ-
୫୦୦ଗ୍ରାମ ଚାଉଳ
୪୦୦ ଗ୍ରାମ ଗୁଡ଼/ ଚିନି
୨ ଚାମଚ ଘିଅ

ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ପାଣି ଫୁଟାଯାଇ ସେଥିରେ ଧିରେ ଧିରେ ଚାଉଳ ଚୁନା ଓ ଗୁଡ଼ ଗୋଳାଯାଇ ବହଳିଆ ଜନ୍ତଣି ତିଆରି କରାଯାଏ ।
ସେଥିରେ କାଜୁ, କିସମିସ ଓ ଘିଆ ଆଦି ଗୋଳାଯାଇ ଏକ ବଡ଼ କଡ଼ାଇରେ କଦଳୀ ପତ୍ରରେ ଅଜାଡ଼ି ଦିଆଯାଏ ।
ଏହା ଉପରେ ପୁଣି ପତ୍ର ଘୋଡ଼ାଇ ତାହାକୁ ଜଳନ୍ତା ଅଙ୍ଗାରରେ ଢାଙ୍କି ଦିଆଯାଏ । ଏହି କଡ଼ାଇକୁ ଅଳ୍ପ ନିଆଁ ଥିବା ଚୁଲିରେ ଅଧଘଣ୍ଟାରୁ ଘଣ୍ଟାଏ ଯାଏଁ ରଖାଯାଇଥାଏ ।
ଏହା ପରେ ଅଙ୍ଗାର ଓ ପତ୍ର ସବୁକୁ ବାହାର କରି ଧୋଇ, କାଟି ଏହାକୁ ଖିଆଯାଇଥାଏ।
ପରମ୍ପରାରେ ପୋଡ଼ପିଠା:
Comments are closed.